ବଜାରରେ ହ୍ୟୁଣ୍ଡାଇ ଏସ୍ୟୁଭି-ଭେନ୍ୟୁ
ନୂଆଦିଲ୍ଲୀ, (ଏଜେନ୍ସି): ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ପକ୍ଷରୁ ଭାରତର ପ୍ରଥମ ସମ୍ପୂର୍ଣ୍ଣ କନେକ୍ଟେଡ଼ ଏସ୍ୟୁଭି ହ୍ୟୁଣ୍ଡାଇ ଭେନ୍ୟୁର ଶୁଭାରମ୍ଭ କରାଯାଇଛି । ହ୍ୟୁଣ୍ଡାଇ ବ୍ଲ୍ୟୁ ଲିଙ୍କ କୌଶଳକୁ ନେଇ ଏହି ମଡ଼େଲ୍ର ବିକାଶ କରାଯାଇଛି । ଏହା ଦେଶର ପ୍ରଥମ ସ୍ମାଟ୍ ଚଳନଶୀଳ ଉପଯୋଗୀ ତଥା ଏକ ବୃହତ୍ ରପ୍ତାନୀକାରୀ କମ୍ପାନୀ । ହ୍ୟୁଣ୍ଡାଇ ଭେନ୍ୟୁ ଉନ୍ମୋଚ୍ଚନ ଅବସରରେ ଏହାର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନର୍ବାହୀ ଅଧିକାରୀ ଏସଏସ୍ କିମ୍ କହିଛନ୍ତି ଯେ ହ୍ୟୁଣ୍ଡାଇର ଏହି ନୂଆ ମଡ଼େଲ୍ରେ ସର୍ବପ୍ରଥମ ତଥା ସବୁଠାରୁ ଉତମ ମାନର ଯନ୍ତ୍ରାଂଶ ସଂଯୋଗ କରାଯାଇଛି । ହ୍ୟୁଣ୍ଡାଇ ଭେନ୍ୟୁର ୩ ମୂଲ୍ୟଯୁକ୍ତ ସଂଜ୍ଞା ଏକ ଶକ୍ତିଶାଳୀ ଉପସ୍ଥିତି, ଉଲ୍ଲସିତ ଚାଳନାର ଅଭିଜ୍ଞତା ତଥା ବେଯୋଡ଼ ସଂଯୋଗୀକରଣ ରହିଛି । ଏଥିରେ ଥିବା ଏଲ୍ଇଡ଼ି ଲାଇଟର ବ୍ୟବସ୍ଥା ଏହାକୁ ଏକ ପ୍ରମୁଖ ବିଶେଷତ୍ୱ ପ୍ରଦାନ କରିଥାଏ । ଅନ୍ୟାନ୍ୟ ବିଶେଷତ୍ୱ ମଧ୍ୟରେ ଏଥିରେ ଆର୍୧୬ ଡାଇମଣ୍ଡ କଟ୍ ଆଲଏ ହ୍ୟୁଇଲ, ଏଲ୍ଇଡ଼ି ଯୁକ୍ତ ସମ୍ମୁଖ ଭାଗ ଆଲୋକ ବ୍ୟବସ୍ଥା, ସ୍ପୋର୍ଟି ଛାତ, ସାର୍କ ଫିନ୍ ଆଣ୍ଟିନା, ସିଲଭର ସ୍କିଡ଼ ପ୍ଲେଟ୍, କ୍ରୋମଯୁକ୍ତ ଡ଼ୋର ହ୍ୟାଣ୍ଡେଲ ଓ ଫଗ୍ ଲ୍ୟାମ୍ପ ରହିଛି । ଏହା ଡେନିମ୍ ନିଳ, ଲାଭା କମଳା ତଥା ଡିପ୍ ଭରେଷ୍ଟ ରଙ୍ଗରେ ଉପଲବ୍ଧ । ସେହିପରି ଏଥିରେ ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ୭ ସ୍ପିଡ଼ଯୁକ୍ତ ଆଧୁନିକ ଡ଼ୁଆଲ କ୍ଲଜ ଟ୍ରାନ୍ସମିସନ ଜ୍ଞାନକୌଶଳ ତଥା ୬ ମେ.ଟନ ତଥା ୫ମେ.ଟନ ଯୁକ୍ତ ଟ୍ରାନ୍ସମିସନ ରହିଛି । ଏହା କାପ୍ପା ୧.୦ ଟର୍ବୋ ଡିଜିଆଇ ପେଟ୍ରୋଲ ଓ ୧.୨ ପେଟ୍ରୋଲ ତଥା ୧.୪ ଡିଜେଲ ଇଞ୍ଜିନଯୁକ୍ତ । ଏଥିରେ ଭିନ୍ନ ଭିନ୍ନ ଭାବେ ୬ଟି ଏଆର୍ବ୍ୟାଗ, ପାହାଡ଼ ସହାୟତା ନିୟନ୍ତ୍ରଣ, ବୈଦ୍ୟୁତିକ ସ୍ଥିରତା ନିୟନ୍ତ୍ରକ, ଯାନର ସ୍ଥିରତା ପରିଚାଳନା, ସ୍ୱୟଂଚାଳିତ ମୁଖ୍ୟ ଆଲୋକ ଏସକର୍ଟ କାର୍ଯ୍ୟକାରୀ ସହିତ, କୌଣିୟ ଆଲୋକ ସଂଚାରଣ, ପଛ କ୍ୟାମେରା ସହିତ ପଛ ପାର୍କିଙ୍ଗ ସଂକେତ ପ୍ରଦାନକାରୀ, ଶକ୍ତିଚାଳିତ ଝରକା ସହିତ ସ୍ୱୟଂଚାଳିତ କାର୍ଯ୍ୟକ୍ଷମ । ହ୍ୟୁଣ୍ଡାଇ ଭେନ୍ୟୁର ଗଠନ ପ୍ରଣାଳୀରେ ଥିବା ଆରାମଦାୟକ ଏବଂ ସୁବିଧା ମଧ୍ୟରେ ସ୍ମାର୍ଟ ବୈଦ୍ୟୁତିକ ସନ୍ଗ୍ରୁପ୍, ତାରବିହୀନ ଫୋନ୍ ଚାର୍ଜର, ବାୟୁ ସଂଚାଳକ ଓ କେତୋଟି ସାମୁଦ୍ରିକ ନିୟନ୍ତ୍ରଣକାରୀ ବ୍ୟବସ୍ଥା ଇତ୍ୟାଦି ରହିଛି । ହ୍ୟୁଣ୍ଡାଇ ଭେନ୍ୟୁରେ ହ୍ୟୁଣ୍ଡାଇ ବ୍ଲ୍ୟୁ ଲିଙ୍କ ଜ୍ଞାନକୌଶଳ ସହ ଭୋଡ଼ାଫୋନ-ଆଇଡ଼ିଆ ପରି ଇ-ସିମ୍ ରହିଛି । ଭାରତୀୟ ବଜାରକୁ ନଜରରେ ରଖି ହ୍ୟୁଣ୍ଡାଇ ବ୍ଲ୍ୟୁ ଲିଙ୍କ ହ୍ୟୁଣ୍ଡାଇ ବିଶ୍ୱସ୍ତରୀୟ ଜ୍ଞାନକୌଶଳକୁ ନେଇ ୩୩ଟି ପ୍ରମୁଖ ବୈଶିଷ୍ଟକୁ ଉପସ୍ଥାପିତ କରାଯାଇଛି । ଏଥିରେ ୧୦ଟି ଭାରତୀୟ ବୈଶିଷ୍ଟ ଯଥା : ସୁରକ୍ଷା, ଭୌଗୋଳିକ ସୂଚନା, ଗାଡ଼ି ସମ୍ବନ୍ଧିୟ ପରିଚାଳନା, କୃତ୍ରିମ ବୁଦ୍ଧିମତା, ସର୍ତକତାମୂଳକ ସେବା, ସର୍ବୋପରି ଯାନଟିର ଅବସ୍ଥିତି ସମ୍ପର୍କିତ ସବିଶେଷ ବିବରଣୀ ଏହି ହ୍ୟୁଣ୍ଡାଇ ଭେନ୍ୟୁର ପ୍ରମୁଖ ବିଶେଷତ୍ୱ ଅଟେ । ୬୧୫ ଜଣିଆ ଏକ ବ୍ଲ୍ୟୁ ଲିଙ୍ଗ ଉଇଡ଼ାଜ ସଭ୍ୟଙ୍କୁ ନେଇ ୧୦,୦୦୦ରୁ ଅଧିକ ହ୍ୟୁଣ୍ଡାଇ ବିକ୍ରୟ କେନ୍ଦ୍ରରେ ପ୍ରଶିକ୍ଷଣ ତାଲିମ ତଥା ବିକ୍ରେତାଙ୍କ ପାଖରେ ଏକ ସ୍ୱତନ୍ତ୍ର ଧରଣର ବ୍ଲ୍ୟୁ ଲିଙ୍କ ସିମୁଲେସନ ଆପ୍ର ବ୍ୟବସ୍ଥା ରହିଛି ।