ବଜେଟ୍: ଇନ୍ସ୍ୟୁରାନ୍ସ କମ୍ପାନୀକୁ ୪ହଜାର କୋଟି!

ନୂଆଦିଲ୍ଲୀ, (ଏଜେନ୍ସି): ସରକାର ସାର୍ବଜନିକ କ୍ଷେତ୍ରର ୩ଜେନେରାଲ୍ ଇନ୍ସ୍ୟୁରାନ୍ସ କମ୍ପାନୀଗୁଡ଼ିକରେ ୪ହଜାର କୋଟି ପୁଞ୍ଜି ନିବେଶ ସମ୍ବନ୍ଧରେ ଚଳିତ ବଜେଟ୍ରେ ଘୋଷଣା କରିପାରନ୍ତି । ଏହି କମ୍ପାନୀଗୁଡ଼ିକର ପୁଞ୍ଜି ଆଧାର ସୁଦୃଢ଼ କରିବା ପାଇଁ ଉକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି । ସୂଚନାନୁସାରେ ପୁଞ୍ଜି ନିବେଶ କମ୍ପାନୀଗୁଡ଼ିକର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ କରାଯାଉଛି । ଏହାଦ୍ୱାରା ଏହି ୩ କମ୍ପାନୀଗୁଡ଼ିକର ପ୍ରସ୍ତାବିତ ବିଲୟ କାର୍ଯ୍ୟକାରୀରେ ସହଜ ହେବ । ଏହି ଘୋଷଣା ଜୁଲାଇ ୫ରେ ଅନୁଷ୍ଠିତ ହେବାକୁ ଥିବା ପୂର୍ଣ୍ଣ ବଜେଟ୍ରେ କରାଯିବାର ସମ୍ଭାବନା ରହିଛି । ସୂଚନାନୁସାରେ ଆର୍ଥିକ ସେବାର ବିଭାଗ ଏହି ୩ ଜେନେରାଲ୍ ଇନ୍ସ୍ୟୁରାନ୍ସ ବୀମା କମ୍ପାନୀଗୁଡ଼ିକରେ ପୁଞ୍ଜି ନିବେଶ ପାଇଁ ୪ହଜାର କୋଟି ଟଙ୍କାର ଦାବି କରିବ । ସାର୍ବଜନିକ କ୍ଷେତ୍ରର ଏହି ୩ କମ୍ପାନୀଗୁଡ଼ିକ ମଧ୍ୟରେ ନ୍ୟାସ୍ନାଲ୍ ଇନ୍ସ୍ୟୁରାନ୍ସ କମ୍ପାନୀ, ଓରିଏଣ୍ଟାଲ ଇନ୍ସ୍ୟୁରାନ୍ସ କମ୍ପାନୀ ଓ ୟୁନାଇଟେଡ଼୍ ଇଣ୍ଡିଆ ଇନ୍ସ୍ୟୁରାନ୍ସ କମ୍ପାନୀ ସାମିଲ ରହିଛି । ସେ କହିଛନ୍ତି ଯେ ବଜେଟ୍ରେ ଯାହାବି ପୁଞ୍ଜି ଏହି କମ୍ପାନୀଗୁଡ଼ିକ ପାଇଁ ଧାର୍ଯ୍ୟ କରାଯିବ, ସେହି ଆଧାରରେ ପରେ ରାଶିକୁ ଏହି ୩କମ୍ପାନୀ ମଧ୍ୟରେ ବଣ୍ଟାଯିବ । ଜେନେରାଲ୍ ଇନ୍ସ୍ୟୁରାନ୍ସ ସେକ୍ଟରରେ କାମ କରୁଥିବା ଅଧିକତର କମ୍ପାନୀଗୁଡ଼ିକର ଲାଭ ଚାପରେ ଚାଲିଛି । ବର୍ଦ୍ଧିତ ଦାବି ଓ ରିସ୍କ ଗ୍ୟାରେଣ୍ଟିରେ କ୍ଷତି ମଧ୍ୟରେ ଏହି କମ୍ପାନୀଗୁଡ଼ିକର ଆର୍ଥିକ ସ୍ଥିତି ଚାପରେ ଚାଲିଛି । ସାର୍ବଜନିକ କ୍ଷେତ୍ରର ୩ କମ୍ପାନୀଗୁଡ଼ିକ ମଧ୍ୟରେ ଦୁଇ କମ୍ପାନୀ ନିଜ ଋଣ ଶୋଧନ କ୍ଷମତା ଅନୁପାତକୁ ବଳବତ୍ତର ରଖିବା ଚେଷ୍ଟାରେ ଲାଗିଛି । ବୀମା ନିୟାମକ ଏବଂ ବିକାସ ପ୍ରାଧିକରଣ (ଆଇଆର୍ଡ଼ିଏ)ର ଋଣ ଶୋଧନ କ୍ଷମତା ଅନୁପାତ ନିୟମ ତୁଳନାରେ ଏହା ୧.୫ ହେବା ଆବଶ୍ୟକ । ନ୍ୟାସ୍ନାଲ୍ ଇନ୍ସ୍ୟୁରାନ୍ସର ଲୋନ୍ ଶୋଧନ କ୍ଷମତା ୧.୫ ରହିଛି । ହେଲେ ୟୁନାଇଟେଡ଼୍ ଇଣ୍ଡିଆର ଏହା ତୁଳନାରେ ୧.୨୧ରେ ସାମାନ୍ୟ କମ୍ । ଉଲ୍ଲେଖନୀୟ ଯେ ସରକାର ୨୦୧୮-୧୯ ବଜେଟ୍ରେ ନ୍ୟାସ୍ନାଲ୍ ଇନ୍ସ୍ୟୁରାନ୍ସ କମ୍ପାନୀ, ଓରିଏଣ୍ଟାଲ୍ ଇନ୍ସ୍ୟୁରାନ୍ସ କମ୍ପାନୀ ଓ ୟୁନାଇଟେଡ଼୍ ଇଣ୍ଡିଆ ଇନ୍ସ୍ୟୁରାନ୍ସ କମ୍ପାନୀ ବିଲୟର ପ୍ରସ୍ତାବ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ