ବଜ୍ରକାପ୍ତା କାତି ଚୋରା କାରବାର ସମୟରେ ଅତର୍କିତ ଚଢ଼ାଉ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) : ମୟୁରଭଞ୍ଜ ଜିଲ୍ଲା ପାଞ୍ଚପିଢ଼ ଉପଖଣ୍ଡ ବନ ବିଭାଗ ଆନ୍ତଃ ରାଜ୍ୟ ବଜ୍ରକାପ୍ତା କାତି ଚୋରା କାରବାର ଚାଲିଥିବା ସମୟରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ପୋଲିସ ଓ ଜଙ୍ଗଲ ବିଭାଗ ଚଢାଉ କରି ୧୫ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ଗତକାଲି ରାତିରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କରଞ୍ଜିଆ ଥାନା ଅଧିକାରୀ ଶ୍ରୀ ରଞ୍ଜନ କୁମାର ସେଠୀ କରଞ୍ଜିଆ ଗୋଲେଇ ବାଇପାସ ନିକଟସ୍ଥ ବଜାଜ ସୋ ରୁମ୍ ଛାତ ଉପରେ ବଜ୍ରକାପ୍ତା କାତି ଚୋରା କାରବାର ହେଉଥିବା ବିଷୟ ଜଙ୍ଗଲ ବିଭାଗକୁ ଜଣାଇଥିଲେ।ଜଙ୍ଗଲ ବିଭାଗ ର ସହକାରୀ ବନଖଣ୍ଡ ଅଧିକାରୀ ଫାଲଗୁନି ବେହେରା ଓ କରଞ୍ଜିଆ ପୋଲିସ ଥାନା ଭାରପ୍ରାପ୍ତ ଅଧିକାରୀ ରଞ୍ଜନ କୁମାର ସେଠୀଙ୍କ ମିଳିତ ନେତୃତ୍ୱରେ ସେହି ସ୍ଥାନରେ ଚଢ଼ାଉ କରି ବଜ୍ରକାପ୍ତା କାତି ସହ କେନ୍ଦୁଝର ଜିଲ୍ଲାର ୯, ଯାଜପୁର ଜିଲ୍ଲାର ୧, ମୟୂରଭଞ୍ଜ ଜିଲ୍ଲାର ୨ ଓ ଝାଡ଼ଖଣ୍ଡ ରାଜ୍ୟର ୩ ଜଣକୁ ଗିରଫ କରିଛନ୍ତି । ଗିରଫ ହୋଇଥିବା କେନ୍ଦୁଝର ଜିଲ୍ଲାର ନିତ୍ୟାନନ୍ଦ ମହାକୁଡ଼ (୫୦), ବିନୋଦ ବିହାରୀ ପ୍ରଧାନ (୫୨), ଭାଗିରଥି ମହାନ୍ତ(୫୫), ଅଜିତ କୁମାର ନାଏକ (୨୭), ଗଣେଶ୍ୱର ନାଏକ (୨୪), ପ୍ରଦୀପ ମହାନ୍ତ(୪୦), ଗୋବର୍ଦ୍ଧନ ହାଁସଦା (୩୦), ଦୁଷ୍ମନ୍ତ ମହାନ୍ତ (୨୪), ଯାଜପୁରର ସୁଶିଲ ଚନ୍ଦ୍ର ମହାନ୍ତ (୫୧), କରଞ୍ଜିଆର ରାମ କିସ୍କୁ(୩୪), ଚତୁର୍ଭୁଜ କର (୪୬), ତଥା ଝାଡ଼ଖଣ୍ଡ ରାଜ୍ୟର ମୁଚା ଲାଗୁରୀ(୫୧), ଭୁଷଣ ଯୋଡ଼ା (୨୧) ଓ ରମେଶ ଲାଗୁରୀ (୩୪) ଅନ୍ତର୍ଭୁକ୍ତ ଅଛନ୍ତି । ଏହି ଚଢ଼ାଉ କାର୍ଯ୍ୟକ୍ରମରେ କରଞ୍ଜିଆ ବନାଞ୍ଚଳ ଅଧିକାରୀ ପ୍ରବୀର କୁମାର ମୁର୍ମୁ, ଫରେଷ୍ଟର ଉମାକାନ୍ତ ବେହେରା, ଧୃଵେନ୍ଦ୍ର ବେହେରା, ବିଦ୍ୟା ମହାନ୍ତ, ସୁର ମୋହନ ବେହେରା, ଠାକୁର ଦାସ ହେମ୍ବ୍ରମ, ହରିଶ୍ ବେହେରା ତଥା ଫରେଷ୍ଟ ଗାର୍ଡ ନରସିଂହ ଗାଗରାଇ, କ୍ଷିରୋଦ ମହାନ୍ତଙ୍କ ସହ ପୋଲିସ ଦଳ ସାମିଲ ଥିଲେ । ଏହି ବଜ୍ରକାପ୍ତା କାତି ରେକେଟରେ କେତେ ଜଣ ସ°ଶ୍ଳିଷ୍ଟ ଅଛନ୍ତି ଓ ଏହାର ଚେର କେତେଦୂର ଲମ୍ବିଛି ଅଧିକ ତଦନ୍ତ ପରେ ଜଣାପଡ଼ିବ ବୋଲି ସହକାରୀ ବନଖଣ୍ଡ ଅଧିକାରୀ ଫାଲଗୁନି ବେହେରା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ