ବିଧାୟକଙ୍କ ଦ୍ୱରା ବିଜୁ ପାଠାଗାର ଓ ସଭା ଗୃହ ଉଦଘାଟନ

ବୁଗୁଡ଼ା, (ଅନିଲ କୁମାର ମହାରଣା) :  ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମର ନୂତନ ଭାବେ ନିର୍ମାଣ ହୋଇଥିବା ” ବିଜୁ ପାଠାଗାର ଓ ସଭା ଗୃହ ” ନଭେମ୍ବର ୧୮ ତାରିଖ ଦିନ ଉଦଘାଟିତ ହୋଇଯାଇଛି । ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମାଣିତରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନୂତନ ଭାବେ ନିର୍ମାଣ ହୋଇଥିବା “ବିଜୁ ପାଠାଗାର ଓ ସଭା ଗୃହ ” କୁ ଉଦଘାଟନ କରିଥିଲେ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୁଗୁଡା ବ୍ଲକ ଅଧ୍ୟକ୍ଷା ମାମୀ ସେନାପତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ବୁଗୁଡା ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ୱାଇଁ, ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ୱରୀ ଖଟେଇ, ମାଣିତରା ଗ୍ରାମ ପଞ୍ଚାୟତ ସରପଞ୍ଚ ଶାନ୍ତିଲତା ନାୟକ, ସମିତି ସଭ୍ୟା ସୁଜାତା କୁମାରୀ ପ୍ରଧାନ, ବ୍ଲକ ସହକାରୀ ଯନ୍ତ୍ରୀ ଇଂ ଗୋପାଳ କୃଷ୍ଣ ଗୌଡ଼, କନିଷ୍ଟ ଯନ୍ତ୍ରୀ ଇଂ ସୁନୀଲ କୁମାର ଜାନୀ, ବବୁଲ କୁମାର ନାୟକ, ଓ ପିଇଓ ପ୍ରଭାତ କୁମାର ବେହେରା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଜନସାଧାରଣ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ