ବଜ୍ରଘାତରେ ୨ଜଣଙ୍କ ମୃତ୍ୟୁ

ହାଟଡ଼ିହି,(ଓ୍ବାଇଏନ୍ଏସ୍): ହାଟଡ଼ିହି ବ୍ଲକ ଇଞ୍ଚଳ ଏବଂ ବହାରିପୁର ଗ୍ରାମରେ ଦୁଇଜଣଙ୍କ ବଜ୍ରପାତରେ ମୃତ୍ୟୁ ଘଟିଥିବା ଜଣା ଯାଇଛି। ଖବରରୁ ପ୍ରକାଶ ଯେ ଇଞ୍ଚଳ ଗ୍ରାମର ଗଣେଶ ଯେନା ନାମକ ଜଣେ ବ୍ୟକ୍ତି ବିଲକୁ ଘାସ କାଟିବାକୁ ଯାଇଥିବା ବେଳେ ଆକସ୍ମିତ ବଜ୍ରପାତ ହେବାରୁ ଗଣେଶ ସେହିଠାରେ ହିଁ ଟଳି ପଡିଥିଲେ। ସେହିପରି ଅନ୍ୟ ଏକ ଘଟଣାରେ ବହାରିପୁର ଗ୍ରାମର ବଲ୍ଲଭ ବେହେରା ନାମକ ଜଣେ ବ୍ୟକ୍ତି ରମ୍ପାସ ଗ୍ରାମକୁ ଧାନତଳା ନେବାକୁ ଆସିଥିବା ସମୟରେ ବଜ୍ରପାତର ଶୀକାର ହୋଇଥିଲେ ।ତାଙ୍କୁ ପ୍ରଥମେ ହାତଡ଼ିହି ଓ ପରେ ଆନନ୍ଦପୁର ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ନନ୍ଦିପଦା ପୋଲିସ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବକୁ ବ୍ୟବଛେଦ କରି ତଦନ୍ତ ଚଳାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ