ବଜ୍ରପାତରେ ଜଣେ ମହିଳାଙ୍କ ସମେତ ଦୁଇ ମୃତ
ଚୌଦ୍ୱାର (ସଞ୍ଜୀବ କୁମାର ତିୱାରୀ) : କଟକ ଜିଲ୍ଲା ଟାଙ୍ଗି ଚୌଦ୍ୱାର ବ୍ଲକ ଅନ୍ତର୍ଗତ ସଫା ଗ୍ରାମପଂଚାୟତ ରେ ବଜ୍ରପାତରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଙ୍କ ମଧ୍ୟରେ ଜଣେ ଯୁବକ ଓ ଅନ୍ୟ ଜଣେ ମହିଳା ଥିବା ଜଣାପଡିଛି । ଏହି ପଂଚାୟତ ସୁଆଁରୀ ଗ୍ରାମର ନିତ୍ୟାନନ୍ଦ ସ୍ୱାଇଁ (୨୨) ନିଜ ଘର ଭିତରେ ମୋବାଇଲ ଦେଖୁଥିଲେ।ଏ ସମୟରେ ହଠାତ ଘଡଘଡି ବିଜୁଳି ମାରିଥିଲା । ମୋବାଇଲରେ ବିଜୁଳି ଚାର୍ଜ ହୋଇଯିବାରୁ ନିତ୍ୟାନନ୍ଦ ଙ୍କ ଅବସ୍ଥା ଗୁରୁତର ହୋଇଥିଲା। ତାଙ୍କୁ ଟାଙ୍ଗି ଗୋଷ୍ଠି ସ୍ଵାସ୍ତ୍ୟ କେନ୍ଦ୍ର ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ସେହିପରି ଆଜି ଏହି ପଂଚାୟତର ଡାହାଣିଗାଡ଼ିଆ ଗ୍ରାମର ଜଣେ ମହିଳା ମଧ୍ୟ ବଜ୍ରପାତ ଯୋଗୁଁ ମୃତ୍ୟୁବରଣ କରିଥିବାବେଳେ ତାଙ୍କର ପରିଚୟ ମିଳି ପାରି ନାହିଁ


