ବଜ୍ରପାତରେ ମହିଳାଙ୍କ ମୁଣ୍ଡ ଗଡିଲା
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ମହାମାରୀ ‘କରୋନା’ ପାଇଁ ଚାରିଆଡେ ଲକ୍ ଡାଉନ୍ । ଲୋକେ କାମଧନ୍ଦା ନ ପାଇ ହାତଗୋଡ ବାନ୍ଧି ଗୃହ ବନ୍ଦୀ ହୋଇ ରହିଛନ୍ତି ।ପାଖରେ ପଇସା ନାହିଁ ।ଏଣେ ୩/୪ ଦିନ ହେଲା ପ୍ରବଳ ଝଡ ତୋଫାନ । ଯେଉଁ ସମୟରେ ମାଟି ଫାଟି କି ଆ଼ଁ କରିବା କଥା ସେହି ସମୟରେ ପ୍ରବଳ ବର୍ଷା ।ଗରିବ ଗୁରୁବା ପନିପରିବା କିଣିବା ପାଇଁ ପଇସାପତ୍ର ନ ଥିବାରୁ ନିଜ ବାଡି ଘ୍ରରେ କିଛି ପରିବାଚାଷ କରିବା ପାଇଁ ଆଗେଇ ଆସିଥିଲେ ।ହେଲେ ଦଇବ ସହିଲା ନାହିଁ । ବଜ୍ରପାତରେ ଟଳି ପଡ଼ିଲେ ।ଏଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସୁଦର୍ଶନପୁର ପଞ୍ଚାୟତର ବଡଜାରି ଗ୍ରାମର ଜଣେ ଗରିବ ଆଦିବାସୀ ବୁଢ଼ାନ ବାସ୍କେ ପରିବାରରେ । ମଙ୍ଗଳବାର ଦିନ ଅପରାହ୍ନରେ ବୁଢ଼ାନ ବାସ୍କେର ସ୍ତ୍ରୀ ଗିରଥ ବାସ୍କେ(୩୫) ଆଜି ଅପରାହ୍ନରେ ନିଜ ବାଡ଼ିରେ କାମ କରୁଥିବା ବେଳେ ହଠାତ୍ ବଜ୍ରପାତରେ ଗୁରୁତର ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ହସ୍ପିଟାଲକୁ ୧୦୮ ଆମ୍ବୁଲାନ୍ସରେ ଅଣାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କର ଯାଇଅଛି ।ଗିରଥ ଜଣେ ମେଳାପି ମହିଳା ହୋଇଥିବାରୁ ତାଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି ।