ବଜ୍ରାଘାତରେ ମୃତ୍ୟୁ ବିଧାୟକଙ୍କ ନିର୍ଦ୍ଦେଶ କ୍ରମେ ମିଳିଲା ସହାୟତା
ବୁଗୁଡା, (ଅନିଲ ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ଭାଗବାନପୁର ଗ୍ରାମର ଚିତ୍ରସେନ ସାହୁ ସେପ୍ଟେମ୍ବର ୨୯ ତାରିଖ ଦିନ ଅପରାହ୍ନରେ ବଜ୍ରାଘାତ ଯୋଗୁଁ ମୃତ୍ୟୁ ବରଣ କରିଥିଲେ। ସେପ୍ଟେମ୍ବର ୩୦ ତାରିଖ ଦିନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ସ୍ବର୍ଗତ ଚିତ୍ରସେନ ସାହୁଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ସହାୟତା ପ୍ରଦାନ କରିଥିଲେ। ଏଥିସହ ରାଜ୍ୟ ସରକାର ଘୋଷଣା କରିଥିବା ୪ ଲକ୍ଷ ଟଙ୍କା ତୁରନ୍ତ ମିଳିବାର ବ୍ୟବସ୍ଥା କରିବା ସହ ରେଡକ୍ରସ ପାଣ୍ଠିରୁ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଅକ୍ଟୋବର ୦୧ ତାରିଖ ଦିନ ଭାଗବାନପୁର ସରପଞ୍ଚଙ୍କ ପ୍ରତିନିଧି ସୁଶାନ୍ତ କୁମାର ପ୍ରଧାନ ଓ ବି.କରଡ଼ାବାଡ଼ି ରାଜସ୍ୱ ନିରୀକ୍ଷିକ ଏମ.ରଞ୍ଜନ କୁମାର ଉଭୟେ ସ୍ବର୍ଗତ ଚିତ୍ରସେନଙ୍କ ପରିବାରକୁ ଭେଟି ରେଡକ୍ରସ ପାଣ୍ଠିରୁ ସହାୟତା ରାଶି ୧୦ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ।


