ଗାଇ ଶୁଣ୍ଢ ମାରି ଚିକିତ୍ସାଧିନ ଅବସ୍ଥାରେ ବୃଦ୍ଧ ମୃତ୍ୟୁ
ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ଥାନା ଅନ୍ତର୍ଗତ କରାତଳୀ ଗ୍ରାମରେ ଶୁକ୍ରବାର ଅପରାହ୍ନ ୪ ଘଣ୍ଟ ସମୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କରାତଳୀ ଗ୍ରାମର ଖଲିଆ ସେଠୀ(୭୦) ବିଲରୁ ଘରକୁ ଫେରୁଥିବା ସମୟରେ ଏକ ବୁଲା ଗାଇ ତା’ ଶୁଣ୍ଢ ଆକ୍ରମଣରେ ଗୁରୁତର ଆହତ ହୋଇଯାଇଥିଲେ। ଘଟଣାସ୍ଥଳରୁ ସାହି ବାସିନ୍ଦା ଉଦ୍ଧାର କରି ପ୍ରଥମେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଓ ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ଶୁକ୍ରବାର ରାତ୍ର ୧୦ ଘଣ୍ଟ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ଖଲିଆଙ୍କ ମୃତ୍ୟୁ ଘଟିଛି। ଶନିବାର ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା।


