ବଞ୍ଚା ବରାହୀ ହାଇସ୍କୁଲର ବାର୍ଷିକ ଉତ୍ସବ

ହାଟଡ଼ିହି, (ବିକାଶ ବିଶ୍ୱାଳ):ବରାହୀ ହାଇସ୍କୁଲ ବଞ୍ଚୋର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ଆଲମଣି ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖୃ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ମୁଖ୍ୟ ବକ୍ତା ଭାବେ ଆନନ୍ଦପୁର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ରମାକାନ୍ତ ନାୟକ, ସମ୍ମାନୀତ ଅତିଥି ଭାବେ ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ରାଉତ, ବ୍ଲକ ସହ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ, ମୋ ସ୍କୁଲ ଅଭିଯାନର ସଭାପତି ଶିକ୍ଷାବିତ ସନାତନ ଓଝା, ବିଦ୍ୟାଧର ରାଉତ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନେ ଦେଶର ଭବିଷ୍ୟତ, ତେଣୁ ସେମାନଙ୍କ ବିକାଶ ହିଁ ଦେଶର ବିକାଶ ବୋଲି ମତଦେବା ସହିତ ସମସ୍ତେ ଜଣେ ଜଣେ ସୁ ନାଗରିକ ହେବା ପାଇଁ ଚେଷ୍ଟା କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଶିକ୍ଷକ ଶିକ୍ଷୟତ୍ରୀ ମାନେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୃଙ୍ଖଳା ।କ୍ଷାକରିବା ସହିତ ଗୁଣାତ୍ମକ ଶିକ୍ଷାଦାନ କରିବା ଦିଗରେ ଗୁରୁତ୍ୱ ଦେବାକୁ ବିଧାୟକ ଶ୍ରୀ ସେଠୀ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଏ-୧ରେ ଉତ୍ତିର୍ଣ୍ଣ ହୋଇଥିବା ୩ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ବିଦ୍ୟାଳୟର ବାର୍ଷିକ କ୍ରୀଡାରେ କୃତ୍ତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ବିଧୁଭୂଷଣ ପୁହାଣ ମଞ୍ଚ ସଂଯୋଜନା କରିଥିବାବେଳେ ସୁଚିସ୍ମିତା ରାଉତ ବାର୍ଷିକ ବିବରଣୀ ପାଠ କରିଥିଲେ । ଶିକ୍ଷକ ପ୍ରଶାନ୍ତ କୁମାର କୁଣ୍ଡ, ଅବକାଶ ଜେନା, ପ୍ରୟାସ ପ୍ରଧାନ, ଚିୂ୍‌ମୟୀ ପଣ୍ଡା, ଜୟଳକ୍ଷ୍ମୀ ମିଶ୍ର, ଜ୍ୟୋତିର୍ମୟୀ ଭଞ୍ଜ, ମିତାରାଣୀ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପୁର୍ଣ୍ଣଚନ୍ଦ୍ର ପୃଷ୍ଟି, ଫକିର ସାମଲ, ଶମ୍ବୁନାଥ ଗିରି ପ୍ରମୁଖ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ