ବଞ୍ଚୋରୁ ୧୧ ନାଗସାପ ଉଦ୍ଧାର

ହାଟଡ଼ିହି, (ଓ୍ବାଇଏନ୍ଏସ୍) : ବଞ୍ଚୋ ଗ୍ରାମରୁ ଆଜି ୧୧ଟି ନାଗସାପ ଉଦ୍ଧାର କରାଯାଇଛି । ଆଜି ସକାଳେ ସତ୍ୟାନନ୍ଦ ବରାଳଙ୍କ ମାଟିଘରୁ ହଠାତ ଏକ ନାଗସାପ ଛୁଆ ବାହାରିଥିଲା । କିଛିସମୟ ମଧ୍ୟରେ ଦୁଇତିନୋଟି ଛୁଆ ବାହାରିବାରୁ ପରିବାର ଲୋକେ ଭୟଭୀତ ହୋଇପଡିଥିଲେ । ତୁରନ୍ତ ଏ ସମ୍ପର୍କରେ ସେମାନେ ଜଂଗଲ ବିଭାଗକୁ ଜଣାଇବାପରେ ଜଂଗଲ ବିଭାଗର କର୍ମଚାରୀ ମାନେ ଟିକେ ବିଳମ୍ବରେ ପହଞ୍ଚିଥିଲେ । ସେତେବେଳକୁ ୭ଟି ସାପ ଛୁଆ ଗୁଡିକ ଏଣେତେଣେ ପଳାଇବାରୁ ତାହାକୁ ଦେଖୁଥିବା କିଛି ଗ୍ରାମବାସୀ ମାରିଦେଇଥିଲେ । ପରେ ଜଂଗଲ ବିଭାଗର କର୍ମଚାରୀମାନେ ପହଞ୍ଚି ୪ଟି ସାପଛୁଆକୁ ଉଦ୍ଧାର କରି ନେଇଥିବାବେଳେ ମା ସାପଟିକୁ ପାଇପାରି ନଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ