ବଞ୍ଚୋରେ ବ୍ୟାଙ୍କ ଅଫ ଇଣ୍ଡିଆର ୧୧୪ତମ ପ୍ରତିଷ୍ଠା ଦିବସ ପାଳିତ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ବଞ୍ଚୋ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ପକ୍ଷରୁ ବ୍ୟାଙ୍କ ଅଫ ଇଣ୍ଡିଆର ୧୧୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିଲାଗି ଆଜି ବ୍ୟାଙ୍କ ପକ୍ଷରୁ ଗ୍ରାହକ ସମାବେଶ କରାଯାଇଥିଲା । ବ୍ୟାଙ୍କ କାର୍ଯ୍ୟାଳୟକୁ ଫୁଲ ଓ ବେଲୁନରେ ସୁସଜିତ କରାଯିବା ସହିତ ଗ୍ରାହକ ମାନଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା । ଅନେକ ହିତାଧିକାରୀଙ୍କ ନୁତନ ଏକାଉଣ୍ଟ ଖୋଲାଯିବା ସହ ପେନସନ ଭୋଗୀ ମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଓ ବ୍ୟାଙ୍କର ନୀତିନିୟମ ଭିତରେ ରହି ଗ୍ରାହକ ମାନଙ୍କୁ ଉତ୍ତମ ସେବା ଯୋଗାଇଦେବାପାଇଁ ପରିଚାଳକ ନିହାର ରଞ୍ଜନ ସାମନ୍ତରାୟ ଘୋଷଣା କରିଥିଲେ । ସେହିପରି ସାମାଜିକ ସୁରକ୍ଷା ବୀମା ଯୋଜନାରେ ଜୀବନଜ୍ୟୋତି ବୀମା ଓ ଅଟଳ ପେନସନ ଯୋଜନାରେ ଗ୍ରାହକ ମାନଙ୍କୁ ସାମିଲ କରାଯାଇ ବୀମା କରାଯାିଥିଲା । ଗ୍ରାହକମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ତାହା ଉପରେ ଶାଖା ପରିଚାଳକ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ବରିଷ୍ଠ କର୍ମଚାରୀ ପୁରୁଷୋତ୍ତମ ପାତ୍ର କେକ୍ କାଟି ବ୍ୟାଙ୍କର ପ୍ରତିଷ୍ଠା ଦିବସକୁ ପାଳନ କରିଥିଲେ । ଷ୍ଟାଫ ଅଫିସର ପ୍ରୀୟଙ୍କା ପ୍ରୀୟଦର୍ଶନୀ ଜେନା, ଶାରଦା ପ୍ରସନ୍ନ ବାରିକ, ଲାବଣ୍ୟେନ୍ଦୁ ରାଉତ, ଦିଲ୍ଲିପ କୁମାର ସାହୁ, ଦେବାଶିଷ ନାୟକ, ଭାନୁପ୍ରୀୟା ନନ୍ଦ, ବିଶ୍ୱବିନୋଦିନୀ ଦାସ, କର୍ମଚାରୀ ରୀତା ମୁଖୀ, ବି.ସି. ଲିଟୁ ସାହୁ, ଗଜେନ୍ଦ୍ର ଜେନା, ଅଶୋକ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବିଶ୍ୱନାଥ ଖଟୁଆ, ସତିଶ ଯାଦବ, ମଦନ ପାଢ଼ୀ, କୈଳାଶ ରାଉତ, ନିରଞ୍ଜନ ବରାଳ, ସୁଧାକର ଓଝା, ଦତ୍ତାତ୍ରୟ ରାୟସର୍ଦ୍ଦାରଙ୍କ ସମେତ ବହୁ ଗ୍ରାହକ ଉପସ୍ଥିତ ଥିଲେ । ଏହି ଅବସରରେ ୯ଟି ମହିଳା ଏସ.ଏସ.ଜି. ଗ୍ରୁପକୁ ଋଣ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ