ବଞ୍ଚୋ ଗ୍ରାମରେ ଅଗ୍ନିକାଣ୍ଡ : ୫ବଖରା ଘର ଧ୍ୱସଂ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତ ବଞ୍ଚୋ ଗ୍ରାମରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ତିନୋଟି ପରିବାରର ୫ବଖରା ଘର ପୋଡି ଯାଇଥିବାବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଧ୍ୱସଂ ହୋଇଯାଇଛି । ଖବରରୁ ଜଣାଯାଇଛି ଯେ ଗତକାଲି ବିଳମ୍ବିତ ରାତିରେ ଗ୍ରାମର ଧନେଶ୍ୱର ତରେଇଙ୍କ ଘରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା । ଘରର ସମସ୍ତ ଲୋକମାନେ ଶୋଇଥିବା ବେଳେ ଲୋକମାନେ ନିଆଁର ତାତିରୁ ଉଠିପଡି ବାହାରକୁ ଜୀବନ ବିକଳରେ ପଳାଇ ଆସି ପାଟିକରିବାରୁ ଗାଁ ଲୋକେ ଯାଇ ନିଆଁକୁ ଲିଭାଇବା ସହିତ ହାଟଡିହି ଦମକଳକୁ ଡାକିଥିଲେ । ଏହି ସମୟ ମଧ୍ୟରେ ପାଖରେ ଥିବା ଦୋରା ତରେଇ ଓ ଚଗୁଲୁ ତରେିଙ୍କ ଘରକୁ ନିଆଁ ବ୍ୟାପିଯାଇଥିଲା । ହାଟଡିରୁ ଦମକଳ ପଞ୍ଚି ନିଆଁକୁ ଆୟତ କରିଥିଲା । ଏହି ଅଗ୍ନିକାଣ୍ଡରେ ତିନୋଟି ଯାକ ପରିବାରର ଘରେ ଥିବା ନଗଦ ଲକ୍ଷେ ଟଙ୍କା ସମେତ ଘରର ସମସ୍ତ ଧାନ, ଚାଉଳ, ସୁନାରୁପା, ଛେନି, କୁକୁଡା ଆଦି ପୋଡି ଭଷ୍ମୀଭୁତ ହୋଇଯାେଇଛି । ଖବରପାଇ ବଞ୍ଚୋ ସରପଞ୍ଚ ପ୍ରଶାନ୍ତ କୁମାର ରାଉତ ବିପନ୍ନଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢ଼ାଇଛନ୍ତି । ପ୍ରଶାସନ ପକ୍ଷରୁ ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।


