ବଡତିରା ଗାଁରୁ ଗଞ୍ଜେଇ ଜବଦ, ଦୁଇ ଗିରଫ

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ କେନ୍ଦୁଝର ଜିଲ୍ଲା ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଓ ଆନନ୍ଦପୁର ଅବକାରୀ ଥାନା କର୍ମଚାରୀ ମାନେ ଆଜି ନନ୍ଦିପଦା ଥାନା ଅଧିନସ୍ଥ ଶାସଙ୍ଗ ପଞ୍ଚାୟତର ବଡତିରା ଗ୍ରାମରେ ଚଢ଼ାଉକରି ୬କିଲୋ ୭୦୦ଗ୍ରାମ ଗଞ୍ଜେଇ ଜବଦ କରିବା ସହିତ ଦୁଇଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛନ୍ତି । ସୁଚନାରୁ ଜଣାଯାଇଛି ଯେ ବଡତୀରା ଗ୍ରାମରେ ଆଜକୁ ଦୀର୍ଘବର୍ଷ ହେଲା ଗଞ୍ଜେଇ କାରବାର ହେଉଥିବା ନେଇ ଅବକାରୀ ବିଭାଗ ସୁଚନା ପାଇଥିଲା । ଆଜି କେନ୍ଦୁଝର ଜିଲ୍‌ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ପ୍ରଥମେ ଛେନାପଦି ଛକରେ ଥିବା ଦୁଇଟି ଦୋକାନ ଓ ପରେ ବଡତିରା ଗାଁରେ ଚଢ଼ାଉ କରି ଚମ୍ପବତୀ ନାୟକଙ୍କ ଘର ବାଡିରୁ ୫କଜେି ଓ ସୁରେନ୍ଦ୍ର ନାୟକଙ୍କ ଘରୁ ୧କେଜି ୭୦୦ଗ୍ରାମ ଗଞ୍ଜେଇ ଜବଦ କରିବା ସହିତ ଏହି ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅବକାରୀ ନିରୀକ୍ଷକ ଚନ୍ଦନ ମଣ୍ଡଳ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ