ବଡଦୁନ୍ଦୁ ପଞ୍ଚାୟତର ସମିତି ସଭ୍ୟ ଉପନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ ମହମ୍ମଦ ଭୁଟୋ ବିଜୟୀ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ଜାମଦା ବ୍ଳକର ବଡଦୁନ୍ଦୁ ପଞ୍ଚାୟତର ସମିତି ସଭ୍ୟ ମହମ୍ମଦ ଜିଲାନୀଙ୍କ ମୃତ୍ୟୁର ଦେଢ଼ବର୍ଷରୁ ଉର୍ଦ୍ଧ୍ବ ହେଲା ଖାଲି ପଡିଥିଲା ।୨୨ଡିସେମ୍ବରରେ ଉପ ନିର୍ବାଚନ ହୋଇଥିଲା । ନିର୍ବାଚନ ରଣାଙ୍ଗନରେ ୪ଜଣ ପ୍ରାର୍ଥୀ ଲଢ଼େଇ ମଇଦାନରେ ରାଜ୍ୟ ଅବର୍ତିନ ହୋଇଥିଲେ । ସେମାନେ ହେଲେ ମହମ୍ମଦ ଭୁଟୋ, ପୂର୍ବତନ ବ୍ଳକ ଅଧ୍ୟକ୍ଷ କାରାନ ମାରା୍ଣ୍ଡୀ, ଇଂ ରାମଜାନ ବେଗ ଏବଂ ଅବସରପ୍ରାପ୍ତ ବ୍ୟାଙ୍କ ଅଫିସର ଗଣେଶ ସର୍ଦ୍ଦାର ।୨୩ରେ ଜାମଦା ବ୍ଲକ ପରିସରରେ ବିଡିଓଙ୍କ ଉପସ୍ଥିତରେ ଭୋଟ ଗଣତି ହୋଇଥିଲା ।ଗଣତିରେ ମହମ୍ମଦ ଭୁଟୋଙ୍କୁ ୧୦୭୨,କାରାନ ମାରାଣ୍ଡୀ ଙ୍କୁ ୭୮୬,ଇଂ ରାମଜାନ ବେଗଙ୍କୁ ୬୩୫ ଏବଂ ଗଣେଶ ସର୍ଦାରଙ୍କୁ ୧୯୦ ଭୋଟ ମିଳିଛି ।ସମୁଦାୟ ଭୋଟର ସଂଖ୍ୟା ୫୦୨୬ ,ପୋଲିଂ ଭୋଟ ୨୭୯୭ ,ଭେଲିଡ ଭୋଟ ୨୬୮୩ ଏବଂ ନାକଚ ଭୋଟ ସଂଖ୍ୟା ୧୧୪ ।ବିଜେପି ସମର୍ଥିତ ପ୍ରାର୍ଥୀ ମହମ୍ମଦ ଭୁଟୋ ବିଜେଡି ସମର୍ଥିତ ପ୍ରାର୍ଥୀ କାରାନ ମାର୍ଣ୍ଡୀଙ୍କୁ ୨୮୬ ଭୋଟରେ ପରାସ୍ତ କରି ବିଜୟୀ ହୋଇଛି ।ଗତଥର ମଧ୍ୟ ବିଜେପି ବଡଦୁନ୍ଦୁ ପଞ୍ଚାୟତ ରେ ବିଜୟ ଲାଭ କରିଥିଲା ।ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଅନୁଷ୍ଠିତ ହୋଇଛି ।ବିଜୟୀ ପ୍ରାର୍ଥୀ ଅଳ୍ପ ଦିନ ପାଇଁ ଶାସନ ଗାଦିରେ ବସିଲେ ମଧ୍ୟ ବଡ଼ଦୁନ୍ଦୁ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ ଓ ସମସ୍ତ ବଡ଼ଦୁନ୍ଦୁ ପଞ୍ଚାୟତ ବାସୀଙ୍କୁ ନବ ବର୍ଷ ପାଇଁ ଶୁଭକାମନା କରିଛନ୍ତି ।ବଡ଼ଦୁନ୍ଦୁ ପଞ୍ଚାୟତ ବାସୀ ତାଙ୍କ ଉପରେ ଭରସା ରଖି ଜିତାଇଥିବାରୁ ସେ ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି ।


