ପଥରରେ ଛେଚି ସ୍ରୀକୁ ହତ୍ୟା, ସ୍ବାମୀକୁ ବାନ୍ଧିଲା ଗୋରୁମହିଷାଣୀ ପୋଲିସ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଆଜିର ସମାଜରେ ଦିନକୁ ଦିନ ନାରୀ ହତ୍ୟା ,ନିର‌୍ୟାତନା ବୃଦ୍ଧି ପାଉଛି ।ଆଇନ ଯେତେ କଡା ହେଲେ ମଧ୍ୟ ଅସାମାଜିକ କାମ କମୁ ନାହିଁ ।ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ବିଜାତଳା ବ୍ଲକର ଚଢେଇପାହାଡି ପଞ୍ଚାୟତର ଲକ୍ଷ୍ମଣଛତର ଗାଁର ନାଗାଇ ହେମ୍ରମ ନିଜର ପତ୍ନୀ ଚିତାକୁ ଶନିବାର ଦିନ ପାରିବାରିକ କନ୍ଦଳ ନେଇ ପଥରରେ ଛେଚି ହତ୍ୟା କରିଥିଲା ।ସେଦିନରୁ ଚୁପଚାପ ଥିଲା ।ଆଜି ସକାଳେ ଗାଁ ପ୍ରଧାନ ରାଜମାଲ ମୁର୍ମୁଙ୍କୁ ଚିତାର ଦେହ ଖରାପ କହି ୧୦୮ ଆମ୍ବୁଲାନ୍ସ ଡାକିବାକୁ ଅନୁରୋଧ କରିଥିଲା ।ଗାଁ ଲୋକେ ଏବଂ ମୁଖିଆ ନାଗାଇ ଘରେ ପହଞ୍ଚି ଦେଖନ୍ତି ଚିତାର ମୃତଦେହ ରକ୍ତଜୁଡୁ ଅବସ୍ଥାରେ ପଡିଛି ।ସେମାନେ ପୋଲିସକୁ ଜଣାଇବା ସହ ଲିଖତ ଅଭିଯୋଗ କରିଥିଲେ ।ଖବର ପାଇ ସାଇଣ୍ଟିଫିକ୍ ଟିମ୍ ରାଇରଙ୍ଗପୁର ଏସଡିପିଓ ସ୍ନେହାଶୀସ ସାହୁ ,ଗୋରୁମହିଷାଣୀ ଥାନା ଅଧିକାରୀ ପ୍ରଶାନ୍ତ ସ୍ବାଇଁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଏକ ମାମଲା କେଶ ନଂ ୯୧ ମୁଁ ମଲା ରୁଜୁ କରି ସ୍ବାମୀ ନାଗାଇକୁ ଅଟକ ରଖିଛି ।ଏଭଳି ମର୍ମସ୍ପର୍ଶୀ ଦୁଖଦ ଘଟଣା ଗାଁରେ ଶୋକର ଛାୟା ଖେଳିଯାଇଛି ।ଦୁଖର କଥା ବିବାହର ଦୁଇ ବର୍ଷର ବୈବାହିକସଂପର୍କ ଶେଷରେ ପାଣି ଫଟକା ହୋଇଗଲା ।ଦୁଇ ବର୍ଷ ତଳେ ପଡୋଶୀ ଝାଡଖଣ୍ଡର ଡୁମୁରିଆ ଥାନା ଅନ୍ତର୍ଗତ ସୁଦୁଡୁ ଗାଁର ଚିତାକୁ ବିବାହ କରିଥିଲେ ।ହତ୍ୟାର କାରଣ ଅସ୍ପଷ୍ଟ ।ତଦନ୍ତ ଜାରି ରହିଛି ।ପୋଲିସ ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଛି ।ବୁଧବାର ଦିନ ଶବ ଵ୍ୟବଛେଦ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ