ବଡବଜାର ବ୍ୟବସାୟ ସଂଘର ନୂତନ କମିଟି ଗଠନ , ସଭାପତି ସଞ୍ଜିତ ଓ ସଂପାଦକ କେ.ରମେଶ
ଛତ୍ରପୁର, (ଦେବଦତ୍ତ ମହାରଣା): ଛତ୍ରପୁର ବଡବଜାର ବ୍ୟବସାୟ ସଂଘର ନୂତନ କମିଟି ଗଠନ ହୋଇଛି । ନିଳକଣ୍ଠଶ୍ୱର ମନ୍ଦିର ପ୍ରାଙ୍ଗଣରେ କଲ୍ୟାଣମଣ୍ଡପ ଠାରେ ସଂଘର ସଭାପତି ପ୍ରଫୁଲ କୁମାର ସେନାପତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ପୂର୍ବରୁ ଥିବା କମିଟିକୁ ଭାଙ୍ଗି ଏକ ନୂତନ କମିଟି ଚୟନ କରାଯାଇଛି । ସଭାପତି ଭାବେ ସଞ୍ଜିତ କୁମାର ରାଉଳ, ସଂପାଦକ ଭାବେ କେ.ରମେଶ ରାଓ, ସହ ସଂପାଦକ ଭାବେ ଶୁସାନ୍ତ କୁମାର ଗୈାଡ, ଉପସଭାପତି ଭାବେ ଏସ.ମୁରଲି ରେଡି ଓ କବିରାଜ ପଲେଇ, କୋଷାଧକ୍ଷ ଭାବେ ଅଶୋକ କୁମାର ସେନାପତି ଭାବେ ଚୟନ କରାଯାଇଛି । ଉପଦେଷ୍ଠା ଭାବେ ନିରଞ୍ଜନ ପଣ୍ଡା,ପ୍ରଫୁଲ କୁମାର ସେନାପତି, ଜି.ଜନାର୍ଦ୍ଦନ ରାଓ, ସତ୍ୟ ନାରାୟଣ ପାତ୍ର, ପ୍ରଫୁଲ କୁମାର ମହାରଣା ସେହିପରି କାର୍ଯ୍ୟକାରୀ କମିଟି ଭାବେ ନାରାୟଣ ପଣ୍ଡା, ସୁଭେନ୍ଦୁ ସେନାପତି, ସଞ୍ଜୟ କୁମାର ପାତ୍ର, ରମେଶ ରାଓ,ରବିନ୍ଦ୍ର ସେନାପତି ଓ ଜି.ଚିନ୍ନା ରାଓଙ୍କୁ ଚୟନ କରାଯାଇଛି । ଆଗାମି ଦିନରେ ସଂଘର ବିଭିନ୍ନ ପନ୍ଥା ବିଷୟରେ ବୈଠକରେ ଆଲୋଚନା କରାଯାଇଛି ।