ବଡମାଣିତିଆ ଗ୍ରାମରେ ଶାରଦୀୟ ଦୂର୍ଗାପୂଜା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଡମାଣିତିଆ ଗ୍ରାମରେ ଅଭୟଦାୟିନୀ, ଦୁର୍ଗତୀ ନାଶିନୀ ମା’ ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହେଉଛି । କୋଭିଡ୍ ନିୟମ ଅନୁପାଳନ ପୂର୍ବ ଅନୁଷ୍ଠିତ ଏହି ପୂଜା ଦୀର୍ଘ ୨୯ବର୍ଷ ଧରି ଲଗାତର ଭାବେ ବଡମାଣିତିଆ ମଣ୍ଡପରେ ଷୋଡଶ ଉପଚାରରେ ଅନୁଷ୍ଠିତ ହୋଇ ଆସୁଛି । ଗ୍ରାମାଞ୍ଚଳରେ ଏହି ପୂଜା ରୀତିନୀତି ମୁତାବକ ପାଳନ କରାଯାଉଥିବାରୁ ଏଠାରେ ପ୍ରବଳ ଜନସମାଗମ ହୋଇଥାଏ । କିନ୍ତୁ କୋଭିଡ କଟକଣା ଯୋଗୁଁ ଏଥିରେ ବାଧା ସୃଷ୍ଠି ହୋଇଥିଲେ ମଧ୍ୟ ପରମ୍ପରାକୁ ବଜାୟ ରଖାଯାଇ ମା’ଙ୍କ ପୂଜା ଆନନ୍ଦ ଓ ଉଲ୍ଲାସର ସହ କରାଯାଉଛି ବୋଲି ବଡମାଣିତିଆ ଗ୍ରାମନିବାସୀ ତଥା କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା କହିଛନ୍ତି । ଏହି ପୂଜା ସହିତ ୫ଦିନ ବ୍ୟାପି ଯଜେ୍ଞାତ୍ସବ ମଧ୍ୟ ଅନୁଷ୍ଠିତ ହେଉଛି । ସୋମବାର ଷଷ୍ଠୀରେ ବିଲ୍ୱବରଣ, ମଙ୍ଗଳବାର କଳସାଧିବାସ ଆଦି ପୂଜା ପାରମ୍ପରିକ ରୀତିରେ ହୋଇଥିବା ବେଳେ ବୁଧବାର ମହାଷ୍ଟମୀ ପୂଜା ଅନୁଷ୍ଠିତ ହେବ । ନବମୀ ପୂଜା ପରେ ଦଶହରା ଦିନ ମା’ଙ୍କୁ ବିଷର୍ଜ୍ଜନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ