ବଡରମ୍ପାସରରେ ମହିଳାଙ୍କ ଦ୍ୱାରା ଗ୍ରାମ ସଫେଇ ଓ ବିଶୋଧନ

ହାଟଡ଼ିହି (ଓ୍ବାଇଏନ୍ଏସ୍) : ବଡରମ୍ପାସ ଠାରେ ମହିଳା ମାନଙ୍କ ଦ୍ୱାରା ଗ୍ରାମ ସଫେଇ ଓ ବିଶୋଧନ କରାଯାଇଛି । ଗ୍ରାମର ସାଇସେବା ସଂଗଠନ ପକ୍ଷରୁ ଆଜି ଜାନକୀ ସ୍ୱାଇଁ, ଚାନ୍ଦମଣି ସ୍ୱାଇଁ, ଜେମାମଣୀ ସାଉ, ସୁଷମା ସ୍ୱାଇଁ, ଶାନ୍ତିଲତା ବିଶ୍ୱାଳ, ଟିକି ସାହୁଙ୍କ ସମେତ ୨୦ରୁ ଉର୍ଦ୍ଧ ମହିଳା ବଡରମ୍ପାସ ଗ୍ରାମର ବିଭିନ୍ନ ସାହି ରାସ୍ତାକୁ ସଫା କରିବା ସହିତ ବିଭିନ୍ନ ପ୍ରକାର ବିଶୋଧକ ଦ୍ୱାରା ବିଶୋଧନ କରିଛନ୍ତି । ଗ୍ରାମର ବୀରକିଶୋର ସ୍ୱାଇଁ, ପ୍ରଫୁଲ କୁମାର ସ୍ୱାଇଁ, ଜ୍ଞାନରଞ୍ଜନ ସ୍ୱାଇଁ, ରବିନ୍ଦ୍ର ଦାସ, ରୁଦ୍ର ମାଧବ ସ୍ୱାଇଁ, ପ୍ରଶାନ୍ତ ସ୍ୱାଇଁ, ଧର୍ମେଶ୍ୱର ସ୍ୱାଇଁ, ମୋହଦ ସ୍ୱାଇଁ, ଭାଗବତ ପଣ୍ଡା ପ୍ରମୁଖ ବ୍ୟକ୍ତିମାନେ ଗାଁ ନାଳକୁ ସଫାସୁତୁରା କରିବା ସହିତ ମହିଳା ମାନଙ୍କୁ ଗ୍ରାମ ବିଶୋଧନ କାର୍ଯ୍ୟରେ ସହଯୋଗ କରିଥିବାବେଳେ ପୁର୍ଣ୍ଣଚନ୍ଦ୍ର ପଟ୍ଟନାୟକ ସମସ୍ତ ବିଶୋଧନ ସାମଗ୍ରୀ ଯୋଗାଇ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ