ବାଲିବରେଇ ପଞ୍ଚାୟତରେ ବିଧାୟକଙ୍କ ଦ୍ୱାରା ମାସ୍କ ଓ ସାବୁନ ବଣ୍ଟନ

ହାଟଡ଼ିହି (ଓ୍ବାଇଏନ୍ଏସ୍) : ବାଲିବରେଇ ଗ୍ରାମ ପଞ୍ଚାୟତର ହରିଜନ ସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ବାଲିବରେଇ ଗ୍ରାମ ପଞ୍ଚାୟତର ହରିଜନ, ଆଦିବାସୀ ତଥା ପଛୁଆବର୍ଗର ଲୋକମାନଙ୍କୁ ବିଶେଷ ଭାବରେ ମହିଳା ମାନଙ୍କୁ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମାସ୍କ, ସାବୁନ ଆଦି ବିତରଣ କରିବା ସହିତ ଲୋକମାନେ କିପରି ଏହାର ବ୍ୟବହାର କରିବେ ସେନେଇ ଲୋକମାନଙ୍କୁ ସଚେତନ କରାଇଥିଲେ । ବିଶେଷକରି ସାମାଜିକ ଦୁରତା ରକ୍ଷାକରି ଘରେ ଚଳପ୍ରଚଳ କରିବାପାଇଁ ପରାମର୍ଶ ଦେଇଥିଲେ । ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ସୋମନାଥ ଦାସ, ବିଜେଡି କର୍ମୀ ତଥା ସମାଜସେବୀ ରବିନ୍ଦ୍ର କୁମାର ଲେଙ୍କା, ପୁର୍ବତନ ସମିତିସଭ୍ୟ ଗୌରାଙ୍ଗ ଚରଣ ସାମଲ, ନୁଆଗାଁ ଏମ.ଇ. ସ୍କୁଲର ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ରାଉତ ପ୍ରମୁଖ ଘରେ ରୁହ ସୁସ୍ଥ ରୁହର ବାତ୍ତା ଦେବାସହ ମାସ୍କ ବଣ୍ଟନରେ ସହଯୋଗ କରିଥିଲେ । ଅନନ୍ତ ଚରଣ ଆୟଚ, ଅକ୍ଷୟ ପାତ୍ର, ପଦ୍ମନାଭ ମହାଳିକ, ଶ୍ରୀକାନ୍ତ ପାତ୍ର, ରାମଚନ୍ଦ୍ର ସାହୁ, ରବିନ୍ଦ୍ର କୁମାର ଦେହୁରୀ, ଜଗନ୍ନାଥ ଭୁୟାଁ, ନଟବର ଘଡେଇ, ଗୌରାଙ୍ଗ ଚରଣ ରାଉତ, ମଞ୍ଜୁଲତା ନାଇକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ