ବଡରମ୍ପାସରେ ରାବଣପୋଡି
ହାଟଡ଼ିହି, : ହାଟଡିହି ବ୍ଲକ ବଡରମ୍ପାସ ଠାରେ ରାବଣପୋଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାବଣପୋଡି କମିଟିର ସଭାପତି ନାରାୟଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ବଡରମ୍ପାସ ପଞ୍ଚାୟତର ସରପଞ୍ଚ କାବେରୀ ସାହୁ, ସମିତିସଭ୍ୟା ପ୍ରଭାତୀଲତା ସୁତାର, ବିଜେଡି ବ୍ଲକ ଉପସଭାପତି ବଳରାମ ସାହୁ, ବଡରମ୍ପାସ ସେବା ସମବାୟ ସମିତି ସଭାପତି ଉପେନ୍ଦ୍ର ସେନାପତି ଓ ଟେଲିଭିଜନ ଧାରାବାହିକର ଅଭିନେତ୍ରୀ ଲିପିକା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ରାବଣପୋଡି ହେଉଛି ଅସତ୍ୟ ଉପରେ ଧର୍ମର ଜୟ, ଏଣୁ ଲୋକମାନେ ମନ ଭିତରେ ଥିବା ଗର୍ବ, ହିଂସା, କ୍ରୋଧକୁ ଦୁରେଇ ସତ୍ୟ ପ୍ରତିଷ୍ଠା ପାଇଁ ଆଗେଇ ଆସନ୍ତୁ ବୋଲି ମତ ରଖିଥିଲେ । ଭୀମସେନ ପେରେଇ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ରବିନ୍ଦ୍ର ଜେନା ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ରାବଣପୋଡି ଉତ୍ସବ ଦେଖିବାକୁ ଦଶ ହଜାରରୁ ଉର୍ଦ୍ଧ ଲୋକଙ୍କ ସମାଗମ ହୋଇଥିବାବେଳେ ନନ୍ଦିପଦା ପୋଲିସ ପକ୍ଷରୁ ଶାନ୍ତଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୃତୟନ କରାଯାଇଥିଲା ।