ବଡରମ୍ପାସ ଗ୍ରାମକୁ ବୀମା ଗ୍ରାମ ଘୋଷଣା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ବଡ଼ରମ୍ପାସ ଗ୍ରାମକୁ ତୃତୀୟ ଥର ପାଇଁ ବୀମା ଗ୍ରାମ ଘୋଷଣା କରିଛି ଭାରତୀୟ ଜୀବନ ବୀମା ନିଗମ। ଏହି ଗ୍ରାମର ଲୋକମାନେ ଅଧିକ ସଚେତନ ହୋଇ ଜୀବନବୀମା କରିବା ସହିତ ସଞ୍ଚୟ କରିପାରୁଛନ୍ତି। ଗ୍ରାମର ୭୫ଭାଗ ପରିବାର ବୀମା ଭୁକ୍ତ ହୋଇପାରିଛନ୍ତି। ଏଥିଲାଗି ଆଜି ଏକ ବୀମାଗ୍ରାମ ସଭା ଅନୁଷ୍ଠିତ ହୋଇଥିଲା। ଆନନ୍ଦପୁର ଶାଖା ପରିଚାଳକ ସନ୍ଥ ସେବକ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ନରସିଂହ ପଣ୍ଡା, କଳ୍ପତରୁ ସୁତାର, ବ୍ରହ୍ମାନନ୍ଦ ଆୟଚ, ସରୋଜ କୁମାର ଦାସ, ନାରାୟଣ ଚନ୍ଦ୍ର ଦାସ, କୈଳାସ ଚନ୍ଦ୍ର ରାଉତ, ଅଭିମନ୍ୟୁ ବିଶ୍ୱାଳ, ଅନିଲ କୁମାର ନାୟକ, ଭାଗିରଥି ପହି, ବିଜୟ କୁମାର ସାହୁ, ଲମ୍ବୋଦର ସେନାପତି ପ୍ରମୁଖ ଯୋଗଦେଇ ଜୀବନ ବୀମା ର ଉପକାରିତା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଭାରତୀୟ ଜୀବନ ବୀମା କମ୍ପାନୀ ପକ୍ଷରୁ ପୁରସ୍କାର ସ୍ୱରୂପ ଶୌଚାଳୟ ନିର୍ମାଣ କରାଯାଇଥିଲା ବେଳେ ତାହାକୁ ଆଜି ଉଦଘାଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶତଧିକ ଗ୍ରାମବାସୀ ଯୋଗଦେଇଥିଲେ। କଳ୍ପତରୁ ସୁତାର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ