ବଡରମ୍ପାସ ଦକ୍ଷିଣ ସାହିରେ କୁମାରପୁର୍ଣ୍ଣିମା
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଡ ରମ୍ପାସର ମହାବୀର ୟୁଥକ୍ଲବ ପକ୍ଷରୁ କୁମାର ପୁର୍ଣ୍ଣିମା ଉତ୍ସବ ଆରମ୍ଭ ହୋଇଛି । ଗତ ୨ଦିନ ଧରି ଚାଲିଥିବା ଏହି ଉତ୍ସବରେ ଦକ୍ଷିଣ ସାହିର ଯୁବତୀମାନେ ଏକତ୍ରିତ ହୋଇ କୁମାରପୁର୍ଣ୍ଣିମା ଗୀତ ବୋଲିବା ସହ ଚଉଁରା ମାନଙ୍କରେ କଇଁଫୁଲ ପକାଉଥିଲେ । ଗତକାଲି ବଡ ଫୁଲ ଘର ଥିବାରୁ ପ୍ରତି ଚଉଁରା ମାନଙ୍କରେ ବିରାଟ ବିରାଟ ଫୁଲ ଆକୃତିରେ ସଜାଯାଇଥିଲା । ଯୁବତୀମାନେ ସାହି ସାହି ବୁଲି ଗୀତ ଗାଇବା ସହ ଚଉଁରାରେ ବନ୍ଦାବନ କରୁଛନ୍ତି । ସରସ୍ୱତୀ ସା, ସବିତା ସାହୁ, ରଜାଶ୍ରୀ ସାହୁ, ଗୀତାଞ୍ଜଳୀ ସାହୁ, ଶୁଭଲକ୍ଷ୍ମୀ ସାହୁ, ତୁଳସୀ ସାହୁ, ରୁପେଲୀ ସାହୁ, ଚିନ୍ମୟୀ ସାହୁ, ସୁଚିତ୍ରା ସାହୁ, ଶୁଭଦ୍ରା ସାହୁ, ସୁପ୍ରୀୟା ବେହେରା, ସୋନାଲୀ ସା, ସ୍ନେହମୟୀ ବେହେରା, ସଶ୍ମୀତା ସାହୁ, ସୁମିତ୍ରା ସାହୁ, ଅନୁସୟା ସାହୁ, ଜୟଶ୍ରୀ ସାହୁ, ଲକ୍ଷ୍ମୀପ୍ରୀୟା ସାହୁ, କ୍ଷୀରାବ୍ଦି ତନୟା ସାହୁ, ସରସ୍ୱତୀ ବେହେରା, ଲକ୍ଷ୍ମୀପ୍ରୀୟା ଖଣ୍ଡେଇ, ପଦ୍ମାବତୀ ଖଣ୍ଡେଇ, ରାଣି ଓଝା, ସୁନୟନା ସେନାପତି ଶ୍ରୀମାରାଣୀ ସାହୁ, ବିୟୁଟି ସାହୁ, ସପସ୍ୱିନୀ ସା ପ୍ରମୁଖ ସାମିଲ ହୋଇଛନ୍ତି । ଆଜି କୁମାର ପୁର୍ଣ୍ଣିମାର ଉଦଯାପନ ଉତ୍ସବ ଓ ଚାନ୍ଦ ବନ୍ଦାପନା ଉତ୍ସବ ଅନୁଷ୍ଠିତ ହେଉଛି ।