ବଡସାହି ବିଜେଡି ପକ୍ଷରୁ ନବୀନଙ୍କ ଶୁଭ ମନାସି ଜାଳିଲେ ଅଖଣ୍ଡ ଦୀପ

ବଡସାହି, (ନିରଞ୍ଜନ ମହାନ୍ତ): ପୂର୍ବତନ ମୂଖ୍ୟମନ୍ତ୍ରୀ, ବିରୋଧୀ ଦଳର ନେତା ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଅସୁସ୍ଥ ଥାଇ ଚିକିତ୍ସା ପାଇଁ ମୁମ୍ବାଇର କୋକିଳାବେନ୍ ଧୀରୁଭାଈ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମାତ୍ର ତାଙ୍କ ଅସୁସୁତାର ଖବର ପ୍ରଚାରିତ ହେବା ପରେ ଓଡିଶାର ସାଢେ ଚାରିକୋଟି ଜନତା
ଦେଖିଛନ୍ତି, ପ୍ରକୃତରେ ସେ କୌଣସି ଦଳର ନେତା ନୁହଁ, ସେ ହେଉଛନ୍ତି ଲୋକଙ୍କ ନେତା । ତାଙ୍କ ଗସ୍ତ ସମୟର ଦୃଶ୍ୟ ସମସ୍ତଙ୍କୁ ସ୍ତବ୍ଧ କରିଛି । ଏହା ପ୍ରମାଣିତ କରିଛି ଆଜି ବି ଓଡିଶାର ଜନସାଧାରଣ ନବୀନ ପଟ୍ଟନାୟକଙ୍କୁ କେତେ ଭଲ ପାଉଛନ୍ତି । ସାରା ରାଜ୍ୟରେ ବର୍ତମାନ ତାଙ୍କର ଆଶୁ ଆରୋଗ୍ୟ କାମନା କରି ପୂଜାପାଠ, ଦୀପଦାନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଚାଲିଛି । ଏହି ଅବସରରେ ରବିବାର ବଡସାହି ବ୍ଳକ୍ ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ବିଜୁ ଜନତା ଦଳର ସଭାପତି ନିହାର ରଂଜନ
ମହାପାତ୍ର ଓ ପୂର୍ବତନ ବ୍ଲକ୍ ସଭାପତି ତପନ କୁମାର ପତିଙ୍କ ନେତୃତ୍ବରେ ମାଣତ୍ରୀସ୍ଥିତ ବାବା କଖାରୁଆ ବୈଦ୍ୟନାଥ ମନ୍ଦିର ଓ ପରିସରରେ ଥିବା ହନୁମାନଙ୍କ ନିକଟରେ ପୂଜାର୍ଚ୍ଚନା ଓ ଦୀପ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯାମିନୀକାନ୍ତ ନାଏକ, ଲଲାଟେନ୍ଦୁ ବେହେରା, ରାଜୀବ ସେନାପତି, ବରିଷ୍ଠ ନେତା ପ୍ରଫୁଲ୍ଲ ମହାଳିକ, ମନ୍ମଥ ସାମନ୍ତରାୟ, ସ୍ମୃତି ରଂଜନ ମଲ୍ଲିକ, ତାରିଣୀ କୁଅଁରବାବୁ, ଜଗବନ୍ଧୁ ଟିପିରିଆ, ଲକ୍ଷ୍ମୀଧର ପାତ୍ର, ସରୋଜ ସାହୁ, ଅତୁଲ୍ୟ ମାହାš, ଜୟଗୋବିନ୍ଦ ବିଶ୍ବାଳ, ନିରୋଜ ପଟ୍ଟନାୟକ, ଦିଲ୍ଲିପ ବେହେରା ଓ ବ୍ରହ୍ମାନନ୍ଦ ମହାନ୍ତିଙ୍କ ସମେତ ବହୁ ଦଳୀୟ ନେତୃବୃନ୍ଦ ଉପସ୍ଥିତ ରହି ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ସେହିପରି ତାଳପଦା ମା ଦୁର୍ଗାଙ୍କ ମଣ୍ଡପରେ ସଂଜୟ ବେହେରା, ସଂଜୀବ ମହାନ୍ତ, ଗିରିଧାରୀ ବେହେରା ଓ ଉପେନ୍ଦ୍ର ନାଏକଙ୍କ ନେତୃତ୍ଵରେ ୧୦୮ ଦୀପ ପ୍ରଜ୍ଜଳନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ