ବଡ଼ଖଣ୍ଡି ଆରଆଇ ଅଫିସରୁ ଲାପଟପ, ପ୍ରିଂଟର, ଗ୍ୟାସ ସିଲିଣ୍ଡର ଚୋରୀ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ହିଞ୍ଜିଳିକାଟୁ ତହସିଲ ଅନ୍ତର୍ଗତ ବଡ଼ଖଣ୍ଡି ରାଜସ୍ୱ ନିରୀକ୍ଷକଙ୍କ ଅଫିସରୁ ଦୁବୃର୍ତଙ୍କ ଦ୍ୱାରା କାର୍ଯ୍ୟାଳୟର ତାଲା ଭାଙ୍ଗି ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଚୋରୀ ହୋଇଛି । ଚୋରୀ ସାମଗ୍ରୀ ମଧ୍ୟରେ ରହିଛି ୨ଟି ଲାପଟପ, ୨ଟି ପ୍ରିଂଟର, ଗ୍ୟାସ ସିଲଣ୍ଡର ସମେତ ଅନ୍ୟାନ୍ୟ ସାମଗ୍ରୀ । କାର୍ଯ୍ୟାଳୟର ଲୁହା ଆଲମାରୀ ଭାଙ୍ଗି ଦୁବୃର୍ତ ଗୁରୁତ୍ୱପୂର୍ଣ୍ଣ ଫାଇଲ ଓ ଅନ୍ୟ ଜିନିଷ ଏଣେତେଣେ କରିଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗତ ୧୦ତାରିଖରେ ଚୋରୀ ଘଟଣା ନେଇ ସଂପୃକ୍ତ ଆରଆଇ ଜାଣିଥିଲେ । ତେବେ କାହାର ଚାପରେ କିମ୍ବା କାହା ଇଙ୍ଗିତ ଘଟଣାର ୯ଦିନ ପରେ ଚୋରୀ ହୋଇଥିବା ନେଇ ରବିବାର ହିଂଜିଳି ଥାନାରେ ଅଭିଯୋଗ ହୋଇଛି? ଏଥି ନେଇ ହିଂଜିଳି ଥାନାରେ ରବିବାର ନଂ-୪୮୭/୨୧ରେ ମାମଲା ରୁଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।
ଘଟଣାରୁ ପ୍ରକାଶ ଯେ, ଗତ ୧୦ତାରିଖ ସକାଳେ ବଡ଼ଖଣ୍ଡି ଆରଆଇ ସଂଜୟ କୁମାର ବିଷୋୟୀ ବଡ଼ଖଣ୍ଡି ରାଜସ୍ୱ କାର୍ଯ୍ୟାଳୟକୁ ଦିନ ୧୦ରେ ଯାଇଥିଲେ । କାର୍ଯ୍ୟାଳୟର ମୁଖ୍ୟ କବାଟ ତାଲା ଭାଙ୍ଗିଥିବା ଦେଖିଥିଲେ । କାର୍ଯ୍ୟାଳୟ ଭିତର ବିଭିନ୍ନ ସାମଗ୍ରୀ ଏଣେତେଣେ ବିକ୍ଷିପ୍ତ ଭାବେ ପଡ଼ିଥିବା ଦେଖିଥିଲେ । ଅଫିସର ୨ଟି ଲାପଟପ, ୨ଟି ପ୍ରିଂଟର, ଗ୍ୟାସ ସିଲଣ୍ଡର ଇତ୍ୟାଦି ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ସାମଗ୍ରୀ ଚୋରୀ ହୋଇଥିଲା । ଏଥି ନେଇ ଆରଆଇ ବିଶୋୟୀ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି । ଘଟଣା ନେଇ ଥାନାରେ ଅଭିଯୋଗ କରିଥିବା କହିଛନ୍ତି । ରାଜସ୍ୱ କାର୍ଯ୍ୟାଳୟ ମଧ୍ୟରୁ ଗୁରୁତ୍ୱପୁର୍ଣ୍ଣ ସାମଗ୍ରୀ ଚୋରୀ ହେବାର ୯ଦିନ ପରେ ଥାନାରେ ଅଭିଯୋଗ ଓ ମାମଲା ରୁଜୁ ହେବା ନେଇ ନାନା ସନ୍ଦେହ ସୃଷ୍ଟି କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ