ଦୁନ୍ଦୁ ଗ୍ରାମରେ ଯୁବକର ଝୁଲନ୍ତା ମୃତଦେହ ପୋଲିସ ଦ୍ବାରା ଉଦ୍ଧାର
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବହଳଦା ଥାନା ଅନ୍ତର୍ଗତ ଜନୈକ ଯୁବକ ସମ୍ପର୍କୀୟଙ୍କ ଘର ରଳାରେ ପ୍ଲାଷ୍ଟିକ ଦଉଡିରେ ଫାଶି ହୋଇ ଜୀବନ ହାରିଥିବା ନେଇ ଏକ ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ପଡୋଶୀ ଝାଡଖଣ୍ଡ ରାଜ୍ୟର ହଳଦୀପୋଖରୀ ଅଂଚଳର ମହମ୍ମଦ କୈଫ ତାର ମାମୁଁଘର ବହଳଦା ଥାନା ଅନ୍ତର୍ଗତ ଦୁନ୍ଦୁ ଗ୍ରାମର ମହମ୍ମଦ ମନସରି ହୁସେନ ଘରେ ପିଲାବେଳୁ ଲାଳନ ପାଳନ ହୋଇ ରହି ଆସୁଥିଲା ।ଲୋକଙ୍କ କହିବା ଅନୁଯାୟୀ କିଛିଦିନ ହେଲା ପିଲାଟି ମାନସିକ ଦୁଶ୍ଚିନ୍ତାରେ ଅନ୍ୟମନସ୍କ ରହୁଥିଲା ।ଶନିବାର ଭୋରୁ ମାମୁଁ ଘର ଲୋକେ ସକାଳୁ ଉଠି ଦେଖନ୍ତିତ ପିଲାଟି ଘର ଭିତରେ ରଳାରେ ଝୁଲନ୍ତା ଅବସ୍ଥାରେ ଅଛି ।ପରିବାର ଲୋକେ ଗାଁ ଲୋକକୁ ଡାକି ଖବରଦେଲେ ଗାଁ ଲୋକେ ଥାନାକୁ ଖବର ଦେଇଥିଲେ ।ବହଳଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତ ଯୁବକକୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୧୦/୨୧ ରୁଜୁ କରିଥିଲେ ।ପରେ ରାଇରଙ୍ଗପୁର ହସ୍ପିଟାଲରେ ଶବ ବ୍ୟବଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି ।ତଦନ୍ତ ଚାଲୁ ରହିଛି ।


