ବଡ଼ରମ୍ପାସ ଗ୍ରାମରେ କାନ୍ଥ ଭୁଷୁଡି ଜଣେ ୨ୟ ଶ୍ରେଣୀଛାତ୍ରୀର ମୃତ୍ୟୁ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଡ଼ରମ୍ପାସ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ସକାଳୁ ସକାଳୁ ପରୀକ୍ଷା ଦେବାକୁ ବାହାରିଥିବା ଜଣେ ୨ୟ ଶ୍ରେଣୀ ଛାତ୍ରୀ ଉପରେ ଘର କାନ୍ଥ ଭୁଷୁଡି ପଡିବାରୁ ତାର ମୃତ୍ୟୁ ଘଟିଛି। ସୁଚନା ଅନୁଯାଇ ଗ୍ରାମର ଆନନ୍ଦ ସାହୁଙ୍କ ୮ବର୍ଷୀୟ ନାତୁଣୀ ସ୍ନେହଲତା ବଡ଼ରମ୍ପାସ ପ୍ରାଥମିକ ବିଦ୍ୟାଳୟର ୨ୟ ଶ୍ରେଣୀରେ ପଢେ। ଆଜି ବାର୍ଷିକ ପରୀକ୍ଷା ଦେବାକୁ ସକାଳୁ ସକାଳୁ ସଜବାଜ ହୋଇ ବାହାରୁ ଥିବା ବେଳେ ଅଚାନକ ତାଙ୍କ ଘରର ମାଟିକାନ୍ଥ ତା ଉପରେ ଭୁଷୁଡି ପଡ଼ିଥିଲା। ଆନନ୍ଦଙ୍କ ଚାଳଘର ଛପର ହେଉଥିବାରୁ ଉପସ୍ଥିତ ଗ୍ରାମବାସୀ ମାନେ ତାକୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡ଼ାକ୍ତରଖାନାକୁ ନେଇ ଥିଲେ ବି ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏଥିରେ ଆନନ୍ଦଙ୍କ ୫ବର୍ଷୀୟ ନାତି ମଧ୍ଯ ଆହତ ହୋଇଛି। ମୃତ ସ୍ନେହଲତାଙ୍କ ଘର ଦୁଲାଖା ପାଟଣା ଗ୍ରାମରେ। ତାର ବାପା ଗତ କିଛିବର୍ଷ ତଳେ ମୃତ୍ୟୁବରଣ କରିଥିଲେ। ସ୍ନେହଲତା ମାମୁଁ ଘରେ ଆସି ରହି ପାଠ ପଢୁଥିଲା। ସେ ଜଣେ ମେଧାବୀ ଛାତ୍ରୀ ଥିବାବେଳେ ଗାଁ ପଡିଶାଙ୍କ ପ୍ରିୟପାତ୍ର ଥିଲା। ତାର ମୃତ୍ୟୁ ନେଇ ଅଭିଯୋଗ ପାଇବା ପରେ ନନ୍ଦିପଦା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ