ଆକ୍ସନ ମୁଡରେ ତହସିଲଦାର, ୪ ଇଟାଭାଟିରୁ ୯ ଲକ୍ଷ ଟଙ୍କା ଜରିମାନା

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ ଆକ୍ସନ ମୁଡରେ ଗଞ୍ଜାମ ଜିଲ୍ଲାର ବୁଗୁଡା ତହସିଲଦାର ତାପସ ରାଉତ। ଇଟା ମାଫିଆ ଠାରୁ ଆରମ୍ଭ କରି ଲଘୁ ଖଣିଜ ସମ୍ପଦ ପଥର ,ମୋରମ, ବାଲି ପ୍ରଭୃତି ଚୋରା ଚାଲାଣ ଉପରେ ଚଢ଼ାଉ ହୋଇଛି ଜୋରଦାର। ମାଫିଆମାନଙ୍କ ଚୋରା କାରବାରକୁ ରୋକିବା ନିମନ୍ତେ ବୁଗୁଡା ତହସିଲ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଇଟା ଭାଟି ସହ ବାଲି, ପଥର ଓ ମୋରାମ ଖଦାନ ଉପରେ ଚଢ଼ାଉ ଆରମ୍ଭ ହୋଇଛି। ତହସିଲଦାର ଶ୍ରୀ ରାଉତ, ଏନଏସି କାର୍ଯ୍ ନିର୍ବାହୀ ଅଧିକାରୀ ବିଭୁତି ଭୁଷଣ ବେହେରାଙ୍କ ସମେତ ରାଜସ୍ୱ କର୍ମଚାରୀ ବୃନ୍ଦ ଭଗବାନପୁର, ଭାମଶ୍ୟାଳି ଓ ସଙ୍କୁରୁ ଆଦି ଅଞ୍ଚଳରେ ୪ ଗୋଟି ବେଆଇନ ଇଟାଭାଟି ଉପରେ ଚଢ଼ାଉ କରି ୯ ଲକ୍ଷ ଟଙ୍କା ଫାଇନ ଆଦାୟ କରିଛନ୍ତି। ପକାଯାଇଥିବା ଶୁଖିଲା ଇଟାକୁ ଜେସିବି ଲଗାଇ ଭଙ୍ଗା ଯାଇ ଇଟା ନପକାଇବା ପାଇଁ ସମସ୍ତଙ୍କୁ ତାଗିଦ କରାଯାଇଛି। ଆଗକୁ ଏହି ଚଢ଼ାଉ କାର୍ଯ୍ୟ ଚାଲୁରହିବ ବୋଲି ବୁଗୁଡା ତହସିଲଦାର ତାପସ ରାଉତ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ