ବଡ଼ ଭାଇଙ୍କ ଶବ ଆଣିବାକୁ ସାନ ଭାଇର ସରକାରଙ୍କୁ ନିବେଦନ….

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା):ପୁଣି ଦାଦନ ଦେଇଛି ଦୁଃଖ I ତେଲେଙ୍ଗାନା ପ୍ରଦେଶ କୁ ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକର ମୃତ ହୋଇଥିବା ଜଣାପଡିଛି l ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ପଞ୍ଚାୟତର ଉପର ସାହି ଗ୍ରାମରେ l ଉକ୍ତ ଗ୍ରାମର ଶ୍ରିପତି ନାୟକ (19)ତେଲେଙ୍ଗାନା ପ୍ରଦେଶର ଦାଦନ ଖଟିବାକୁ ଯାଇଥିବା ବେଳେ ସେଠାରେ ସେ ଦୁର୍ଘଟଣା ରେ ମୃତ୍ୟୁ ହୋଇଥିବା ଜଣାପଡିଛି l ମୃତ ଦେହ ଆଣିବା ପାଇଁ ସାନ ଭାଇ ଓ ଗ୍ରାମବାସୀ ସରକାରଙ୍କୁ ନିବେଦନ କରିଛନ୍ତି lପ୍ରକାଶ ଯେ, ଶ୍ରିପତି ନାୟକ (19) ଚାରି ବର୍ଷ ପୂର୍ବେ ତେଲେଙ୍ଗାନା ପ୍ରଦେଶର ସିକନ୍ଦରାବାଦ କୁ ଦାଦନ ଖଟିବାକୁ ଯାଇଥିବା ବେଳେ ସେଠାରେ ଏକ ପନିପରିବା ଫାର୍ମରେ କାମ କରି ଆସୁଥିଲା l ମଙ୍ଗଳବାର ରାତ୍ରି ୧୧ ଘଣ୍ଟା ସମୟରେ ବାଇକ ଦୁର୍ଘଟଣାରେ ତାର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ ସେଠାକାର ପୁଲିସ ଥାନା ପକ୍ଷରୁ ଫୋନ ଆସିଥିବାରୁ ଜାଣିବାକୁ ପାଇଲେ l ତାର ବାପା ସୁକୁ ନାୟକ ୧୦ ବର୍ଷ ହେବ ମୃତ୍ୟୁ ବରଣ କରିଥିବା ବେଳେ ଗତ ସେପ୍ଟେମ୍ବଇ 30 ତାରିଖ ଦିନ ମାସକ ପୂର୍ବେ ମାଆ ସୁକୁମତି ନାୟକଙ୍କ ମୃତ୍ୟୁ ହୋଇଥିବାରୁ ଶ୍ରିପତିଙ୍କ ଏହି ଘଟଣା କୁ ନେଇ ଗାଁ ରେ ଶୋକର ଛାୟା ଖେଳିଯାଇଛି l ପରିବାର କହିଲେ ଶ୍ରିପତିର ସାନ ଭାଇ ରକିନା ନାୟକ (14) ସେ ଏକାକୀ ରହୁ ଥିବାବେଳେ ସେ ବି ଦିନ ମଜୁରିଆ କରି ଦି ମୁଠା ଖାଉଚି l ବାପା, ମାଆ ଉଭୟ ଙ୍କୁ ହରାଇବା ପରେ ବଡ଼ ଭାଇ ର ଆଶ୍ରାରେ ରହିଥିବା ରକିନା ଏବେ ବଡ଼ ଭାଇକୁ ହରାଇ ପୁରା ସେ ଭାଙ୍ଗି ପଢ଼ିଛି I ସେଠାରୁ ଭାଇ ଶବ ଆଣିବା ପାଇଁ ଅସମର୍ଥ ହୋଇ ସରକାରଙ୍କୁ ନିବେଦନ କରିଛି l ଉକ୍ତ ଖବର ପ୍ରଚାରିତ ହେବା ପରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ ସେଠାରୁ ମୃତ ଦେହ ଆଣିବା ପାଇଁ ପ୍ରତିଶୃତି ଦେଇଛନ୍ତି l ଏହା ସହ ଗଜପତି ଜିଲ୍ଲା ଓଡ଼ିଶା ମୋ ପରିବାରର ଇନ୍ଦିରା ପଟନାୟକ, ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ଉପାଧ୍ୟକ୍ଷ ଜ୍ଯୋତି ପ୍ରସାଦ ପାଣି, ରାୟଗଡ ଥାନା ଅଧିକାରୀ ଗୋବିନ୍ଦ ଗୌଡ ପ୍ରମୁଖ ରକିନା କୁ ଶାନ୍ତୁନା ଦେବା ସହ ମୃତ ଦେହ ଆଣିବାକୁ ଚେଷ୍ଠା କରାଯିବ ବୋଲି କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ