ବଡି ବିଲ୍ଡିଙ୍ଗ ଚମ୍ପିଆନସିପ୍-୨୦୨୩’
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ତୁଷାର ଚାରିଟେବୁଲ ଟ୍ରଷ୍ଟ ଓଡ଼ିଶାରେ ଦୀର୍ଘ ୧୫ବର୍ଷରୁ ଉର୍ଦ୍ଧ୍ୱ ବିଭିନ୍ନ ପ୍ରକାର ସାମାଜିକ ତଥା କ୍ରୀଡ଼ା କାର୍ଯ୍ୟକ୍ରମ ଜାରି ରଖି ଆସିଛି । ଚଳିତବର୍ଷ ଟ୍ରଷ୍ଟ ତରଫରୁ ଆସନ୍ତା ତା ୧୧.୦୩.୨୦୨୩ରିଖ (ଶନିବାର) ଦିବା ୩ ଘଟିକା ସମୟରେ କସ୍ତୁରବା ନାରୀ ମହଲ, ୟୁନିଟ୍-୧, ଭୁବନେଶ୍ୱର ଠାରେ ଓଡ଼ିଶା ବଡି ବିଲ୍ଡିଙ୍ଗ ଆସୋସିଏସନ ଏବଂ ଭୁବନେଶ୍ୱର ବଡି ବିଲ୍ଡିଙ୍ଗ ଆସୋସିଏସନ ଅନୁମତି କ୍ରମେ ଜିଲ୍ଲାସ୍ତରୀୟ ‘୭ମ ତୁଷାରଶ୍ରୀ ବଡି ବିଲ୍ଡିଙ୍ଗ ଚମ୍ପିଆନସିପ୍-୨୦୨୩’ ଓ ମେନ୍ସ ଫିଜିକ୍ସ ସ୍ପୋର୍ଟସ୍ ଅନୁଷ୍ଠିତ ହେବ । ଏହି କ୍ରୀଡ଼ାଭିତ୍ତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଟ୍ରଷ୍ଟର ସମ୍ପାଦକ ଶ୍ରୀ ବିବେକାନନ୍ଦ ବାରିକ, ମୋବାଇଲ୍ ନଂ-୬୩୭୧୩୩୪୨୪୩ / ୬୩୭୦୮୬୬୦୧୫ / ୮୪୮୦୬୯୯୨୫୦ / ୯୮୫୩୮୧୩୭୩୩ରେ ଆସନ୍ତା ୮ ତାରିଖ ସୁଦ୍ଧା ଯୋଗାଯୋଗ କରି ସବିଶେଷ ତଥ୍ୟ ଜାଣିପାରିବେ । ଏଣୁ ଆପଣଙ୍କୁ ବିନିତ ଅନୁରୋଧ, ଆପଣ ଏହି କ୍ରୀଡ଼ାଭିତ୍ତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାକୁ ଆଗ୍ରହୀ କ୍ରୀଡ଼ାବିତମାନେ ଉପରୋକ୍ତ ମୋବାଇଲ ନମ୍ବରରେ ଯୋଗାଯୋଗ କରିପାରିବେ ।