ବଡ ବଜାର ଠାରେ ଦୁର୍ଗାପୁଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ
ଛତ୍ରପୁର, (ଦେବଦତ୍ତ ମହାରଣା) : ବଡବଜାର ବ୍ୟବସାୟୀ ସଂଘ ପକ୍ଷରୁ ଛତ୍ରପୁର ବଡ ବଜାର ଠାରେ ଆସସନ୍ତା ଦୁର୍ଗାପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ପୁରୋହିତ ସପନ ଶତପଥିଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବଡ ବଜାର ବ୍ୟବସାୟୀ ସଂଘର ସଭାପତି ସଞ୍ଜିତ ରାଉଳ, ସମ୍ପାଦକ କେ. ରମେଶ ରାଓ, ଉପସଭାପତି କବିରାଜ ପଲାଇ, ଏସ୍. ମୁରଲି ରେଡ୍ଡି, ସହ ସମ୍ପାଦକ ସନ୍ତୋଷ ଗୌଡ, କୋଷାଧ୍ୟକ୍ଷ ଅଶୋକ କୁମାର ସେନାପତି, ଆଶିଷ ସେନାପତି, ନାରାୟଣ ପଣ୍ଡା, ପ୍ରଫୁଲ୍ଲ କୁମାର ସେନାପତି, ନିରଞ୍ଜନ ପଣ୍ଡା, ଜି.ଜନାର୍ଦ୍ଧନ ରାଓ, ପ୍ରପୁଲ୍ଲ କୁମାର ମହାରଣା, ଭବାନି ଚୈାଧୂରୀ ପ୍ରମୁଖ ସହ ଯୋଗ କରିଥିଲେ । ସରକାରଙ୍କ କୋଭିଡ୍ ଗାଇଡ ଲାଇନ ପାଳନ ପୂର୍ବକ ଏହି ପୂଜା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।


