ବଢିବ ବସ, ଟ୍ରକର ଲମ୍ବ ଓ ଉଚ୍ଚତା

ନୂଆଦିଲ୍ଲୀ: ବସ୍ ଓ ମାଲବାହୀ ଟ୍ରକ୍‌ଗୁଡ଼ିକର ଲମ୍ବ ଓ ଉଚ୍ଚତା ବଢ଼ାଇବାକୁ ପରିବହନ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ସଡ଼କ ପଥରେ ଅଧିକ ଯାତ୍ରୀ ଓ ଜିନିଷପତ୍ର ପରିବହନ ନିମନ୍ତେ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ଅନୁମତି ପ୍ରଦାନ କରାଯାଇଛି। କେତେକ ବର୍ଗର ଯାନବାହନ ବିଶେଷକରି, ଟ୍ରକ୍‌ରେ ଅଧିକ ଜିନିଷପତ୍ର ପରିବହନ ପାଇଁ ମନ୍ତ୍ରଣାଳୟ ମାଲବାହୀ ଯାନର ଏକ୍ସିଲ୍ ଲୋଡ୍ ୨୫ ପ୍ରତିଶତ ବଢ଼ାଇବାର ପ୍ରାୟ ଦୁଇ ବର୍ଷ ପରେ ଏପରି ଅନୁମତି ପ୍ରଦାନ କରିଛି। ଏକ ବିଜ୍ଞପ୍ତି ଅନୁସାରେ, ଏବେ ସାଧାରଣ ବସ୍‌ର ଲମ୍ବ ୧୩. ୫ ମିଟର କରିହେବ। ପୂର୍ବରୁ ବସ୍‌ର ଲମ୍ବ ୧୨ ମିଟର ମଧ୍ୟରେ ସୀମିତ ଥିଲା। ବସ୍‌ର ଲମ୍ବ ବୃଦ୍ଧି ଫଳରେ ଏହାର ଯାତ୍ରୀ ପରିବହନ କ୍ଷମତା ୧୦-୧୫ ପ୍ରତିଶତ ବୃଦ୍ଧି ପାଇବ। ସେହିଭଳି ଟ୍ରଲି ବନ୍ଦ ଥିବା ବା ଆଇଏସ୍‌ଓ ୧ ଫ୍ରେଟ୍ କଣ୍ଟେନର୍ ହେଭି ଡିୟୁଟି ଟ୍ରକ୍‌ଗୁଡ଼ିକର ସାମଗ୍ରିକ ଉଚ୍ଚତା ୪. ୫୨ ମିଟର ଯାଏଁ ବଢ଼ାଯାଇ ପାରିବ। ଅନ୍ୟାନ୍ୟ ହେଭି ଡିୟୁଟି ଟ୍ରକ୍‌ଗୁଡ଼ିକର ଉଚ୍ଚତା ବୃଦ୍ଧି ୪ ମିଟର ମଧ୍ୟରେ ସୀମିତ ରଖାଯାଇଛି। ପୂର୍ବରୁ ଏହା ୩. ୮ ମିଟର ମଧ୍ୟରେ ସୀମିତ ଥିଲା। ଏହାଛଡ଼ା ପଶୁସମ୍ପଦ ଏବଂ ନିର୍ମାଣ ସାମଗ୍ରୀ, ମୋଟରଗାଡ଼ି ପରିବହନ ନିମନ୍ତେ ବ୍ୟବହୃତ ଟ୍ରକ୍‌, ଟ୍ରାକ୍ଟର୍ ଟ୍ରଲର୍‌ର କଣ୍ଟେନର୍‌ ଉଚ୍ଚତା ୪. ୭୫ ମିଟର ଯାଏଁ ବଢ଼ାଇବାକୁ ଅନୁମତି ମିଳିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ