ବଢିଲା ବସ ଭଡ଼ା
ଭୁବନେଶ୍ୱର : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଅନୁସାରେ ତଥା ଅଟୋମେଟିକ ମେକାନିଜିମରେ ବୃଦ୍ଧି ପାଇଛି ବସ ଭଡା । ଅର୍ଡିନାରି ବସ କିଲୋମିଟାର ପିଛା ଥିଲା ୬୯ ପଇସା। ହେଲେ ଏବେ ୭୦ ପଇସା ହେଲା । ଏକ୍ସପ୍ରେସ ବସ ଭଡା ଥିଲା ୭୨ ପଇସା। ହେଲେ ଏବେ ୭୩ ପଇସା ହେଲା । ପୂର୍ବରୁ ଡିଲକ୍ସ ବସ ଭଡା ଥିବାବେଳେ ୯୯ ପଇସା ଥିବାବେଳେ ଏବେ ୧ ଟଙ୍କା ୧ ପଇସା ବଢିଛି । ସେହିପରି ଡିଲକ୍ସ କିଲୋମିଟର ପିଛା ଥିଲା ୧ଟଙ୍କା ୨୧ ପଇସା ଥିଲାବେଳେ ଏବେ ୧ ଟଙ୍କା ୨୩ ପଇସା ହୋଇଛି।