ବଢୁଛି ରାଜନୈତିକ ଉଷ୍ମତା ବିଜେପି – ବିଜେଡି ଦଳର ଥାନା ଘେରାଉ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା) :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ନେଇ ଭଞ୍ଜନଗର ରାଜନୀତି ଉଷ୍ମ ହେବାରେ ଲାଗିଛି। ଗୋଟିଏ ପଟେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ବ୍ଲକ କାଯ୍ୟାଳୟ ରେ ପ୍ରାର୍ଥୀଙ୍କ ଭିଡ଼ ଲାଗି ରହିଥିବା ବେଳେ ଅନ୍ୟ ପଟେ ବିଜେପି ପକ୍ଷରୁ ଭଞ୍ଜନଗର ଥାନା କୁ ଦୀର୍ଘ ୫ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଘେରାଉ କରାଯିବା ସହ ରାସ୍ତା ଅବରୋଧ କରାଯାଇଛି । ଭଞ୍ଜନଗର ପୋଲିସ ଆକ୍ରୋଶ ମୂଳକ ଭାବେ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ବିଜେପି କର୍ମୀଙ୍କୁ ଗିରଫ କରୁଥିବା ବେଳେ ସେମାନଙ୍କୁ କୋର୍ଟ ଚାଲାଣ ମଧ୍ୟ କରୁ ନଥିବା ଅଭିଯୋଗ ଆଣିଛି ବିଜେପି । ଏ ନେଇ ମଙ୍ଗଳବାର ବିଜେପି ପକ୍ଷରୁ ଭଞ୍ଜନଗର ଥାନା ଘେରାଉ କରାଯିବା ସହ ଥାନା ସମ୍ମୁଖରେ ଶାନ୍ତି ପୂର୍ଣ ଧାରଣା ଦିଆଯାଇଛି । ନିକଟସ୍ଥ କଇଣ୍ଡି ଗ୍ରାମର ସୁକୁମାର ନାୟକ କୁ ଗତ ତିନି ଦିନ ଧରି ବିନା କାରଣରେ ପୋଲିସ ଉଠାଇ ଆଣି ଥାନାରେ ଅଟକ ରଖିଥିବା ବେଳେ ଏ ନେଇ ତାର ପରିବାର କୁ ଅବଗତ କରାଯାଇନାହିଁ । ଏହା ପୂର୍ବରୁ ପୋଲିସ ଅନେକ ବିଜେପି କର୍ମୀଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି। ବିଜେପି କର୍ମୀ ଙ୍କୁ ଆକ୍ରମଣ କରାଯାଉ ଥିଲେ ମଧ୍ୟ ଅଭିଯୋଗ ପରେ ମଧ୍ୟ ପୋଲିସ କାଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ବିଜେପି ଅଭିଯୋଗ ଆଣିଛି । ବିଜେପି ନେତା ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ନେତୃତ୍ୱରେ ମଧ୍ୟାହ୍ନ ୧୨ଟା ରୁ ସନ୍ଧ୍ୟା ୫ଟା ପଯ୍ୟନ୍ତ ପୋଲିସର ଏଭଳି କାଯ୍ୟାନୁଷ୍ଠାନ ବିରୋଧରେ ବିଷୋଦଗାର କରାଯିବା ସହ ରାସ୍ତା ଅବରୋଧ କରାଯାଇ ଧାରଣ ଦିଆଯାଇଥିଲା।ଶେଷରେ ପୋଲିସ ଓ ବିଜେପି ନେତୃବୃନ୍ଦ ଙ୍କ ମଧ୍ୟରେ ଆଲୋଚନା କରାଯାଇ ରାଜିନାମା ଅନୁସାରେ ଅଟକ ସୁକୁମାର କୁ ଛଡା ଯିବା ପାଇଁ ପ୍ରତିଶ୍ରୁତି ପରେ ଧାରଣା ହଟିଥିଲା । ଏଥିରେ ଯୁବ ନେତା ଅଯୋଧ୍ୟା ନାଥ ମହାପାତ୍ର, ସନ୍ତୋଷ ତିଆଡ଼ି, ସନ୍ତୋଷ ପାଳ,ସମୀର ନାୟକ,ରବୀନ୍ଦ୍ର କୁମାର ଗୌଡ଼ ଙ୍କ ସମେତ ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ । ସେହିପରି ବିଜେଡି ପକ୍ଷରୁ ମଧ୍ୟ ଥାନା ଘେରାଉ କରାଯାଇ ବିଜେପିର ଗୁଣ୍ଡାରାଜ ଓ ମନମୂଖୀ କାଯ୍ୟା କଳାପ ଉପରେ ଏକ ଦାବିପତ୍ର ଥାନା ଅଧିକାରୀ ଙ୍କୁ ପ୍ରଦାନ କରାଯାଇଛି । ଏଥିରେ ବ୍ଲକ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ଦିବାକର ନାୟକ,ଜିତେନ୍ଦ୍ର କେଶରୀ ଆରୁଖ, ରବୀନ୍ଦ୍ର ପ୍ରଧାନ,ଜଗବନ୍ଧୁ ଜେନା ଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ। ଦୁଇ ଦଳ ମଧ୍ୟରେ ଏଭଳି ଚକାପଞ୍ଚା ରାଜନୈତିକ ପାଣିପାଗ କୁ ସରଗରମ କରିଥିବା ବେଳେ ପୋଲିସ ପ୍ରଶାସନ କିଭଳି ଭୂମିକା ଗ୍ରହଣ କରୁଛି ତାହା ଉପରେ ନଜର।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ