ଉପଖଣ୍ଡ ସ୍ତରୀୟ ଜାତୀୟ ଭୋଟର ଦିବସ ପାଳନ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା) :-ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ଜାତୀୟ ଭୋଟର ଦିବସ ପାଳିତ ହୋଇଛି ଯାଇଛି । ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ କାର୍ଯଳୟ ପରିସରରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ବିଚାରପତି ଡ଼.ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ସୁଭ୍ରାଂଶୁ ଶେଖର ମିଶ୍ର, ତହସିଲଦାର ଆଲୋକ କୁମାର ପ୍ରଧାନ, ବିଡ଼ିଓ ଅନିଲ କୁମାର ସେଠୀ,ଆଞ୍ଚଳିକ ପରିବହନ ଅଧିକାରୀ ଭାଗିରଥି ନାୟକ, ରମେଶ ଚନ୍ଦ୍ର ସ୍ୱାଇଁ,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ । ଭୋଟ ଓ ଭୋଟର ଙ୍କ ମୂଲ୍ୟ ଵିଧି ଉପରେ ଆଲୋକପାତ କରାଯାଇଥିଲା।ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ କିପରି ଭୋଟର ମାନେ ନିଜର ଭୋଟ ଅଧିକାର କୁ ଠିକ ଭାବେ ସାବ୍ୟସ୍ତ କରିବେ ଏଥିପାଇଁ ବିଭିନ୍ନ ଉପାୟ ରେ ସଚେତନତା କରାଯାଇଛି । ଆଗାମୀ ନିବାଚନ ରେ ଅଧିକ ଭୋଟର ମତଦାନ ପାଇଁ ଆଶା ପୋଷଣ କରିଥିଲେ ।


