ବଣିଆପଙ୍କ ନିକଟରୁ ତିନୋଟି ମୋରମ ବୋଝେଇ ଗାଡିକୁ ଜବଦ କଲେ ଆନନ୍ଦପୁର ଏସଡିପିଓ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଣିଆପଙ୍କ ଅଞ୍ଚଳରୁ ବେନିୟମ ଭାବେ ବାହାରକୁ ମୋରମ ଚୋରା ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ସ୍ଥାନୀୟ ପୁଲିସ ପ୍ରଶାସନ ଏହାକୁ ରୋକିବାରେ ସକ୍ଷମ ହୋଇ ପାରୁ ନଥିଲା । ଗତକାଲି ବିଳମ୍ବିତ ରାତିରେ ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ କୁମାର ବେହେରା ଏକ ବିଶେଷ ସୁତ୍ରରୁ ଖବରପାଇ ବଣିଆପଙ୍କ ଅଞ୍ଚଳରେ ଅତର୍କିତ ଚଢ଼ାଉ କରି ଦୁଇଟି ମୋରମ ବୋଝେଇ ହାଇୱା ଓ ଗୋଟିଏ ଡମ୍ପରକୁ ଜବଦ କରିବାରେ ସକ୍ଷମ ହୋଇଥିଲେ । କିନ୍ତୁ ଚଢ଼ାଉ ସମ୍ପର୍କରେ ଜାଣିପାରି ଗାଡିସବୁକୁ ଲୋଡ କରୁଥିବା ଜେସିବି ମେସିନିଟି ଘଟଣାସ୍ଥଳରୁ ଉଠାଇ ନେବାରେ ସକ୍ଷମ ହୋଇଥିଲେ ମୋରମ ମାଫିଆ । ପରେ ଆନନ୍ଦପୁର ଏସଡିପିଓ ସୋସୋ ପୁଲିସକୁ ଡାକି ଗାଡି ଗୁଡିକୁ ହସ୍ତାନ୍ତର କରିଥିବା ଜଣାଯାଇଛି । ସୋସୋ ଥାନା ପୁଲିସ ଏନେଇ ତହସିଲଦାରଙ୍କୁ ଚିଠିଲେଖି ଜଣାଇଥିବା ଥାନା ଅଧିକାରୀ ଅନିଲ କୁମାର ସାମଲ କହିଛନ୍ତି।