ବଣିତ ଗ୍ରାମରେ ଅଗ୍ନିକାଣ୍ଡ : ବିଧବା ମହିଳାଙ୍କ ଦୁଇବଖରା ଘର ଜଳିଗଲା 

ଜଗତସିଂହପୁର, (ଅନସୂୟା ରାଉତ) :-ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଥାନା ଅନ୍ତର୍ଗତ ବଣିତ ପଞ୍ଚାୟତ ବଣିତ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଦୁଇବଖରା ଘର ଜଳିଯାଇଛି । ପ୍ରକାଶ ଥାଉକି ଗତକାଲି ବିଳମ୍ବିତ ରାତ୍ରିରେ ବଣିତ ଗ୍ରାମର ବିଧବା ମହିଳା ବାସନ୍ତୀ ପାଢୀଙ୍କ ଘରେ ସର୍ଟ ସର୍କିଟ କାରଣରୁ ନିଆ ଲାଗି ଥିଲା । ଫଳତ ତାଙ୍କର ଦୁଇବଖରା ଚାଳ ଘରସଂପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯାଇ ଅଛି । ଗ୍ରାମବାସୀଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି । ଏବେ ଉକ୍ତ ମହିଳା ସଂପୂର୍ଣ୍ଣ ବାସହରା ହୋଇଛନ୍ତି । ତାଙ୍କୁ ସମସ୍ତ ପ୍ରକାର ସରକରୀ ସାହାଯ୍ୟ ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ