ମଦ୍ୟପ, ନିଶାଖୋର ଅପରାଧିମାନଙ୍କ ଉତ୍ପାତ, ନୂତନ ଡିସିପି ପଦକ୍ଷେପ ନେବାକୁ ଦାବି
ବୟାଳିଶମୌଜା, (ଯୁଗାବ୍ଦ ନ୍ୟୁଜ) : କଟକସଦର ବ୍ଲକ୍ ୪୨ମୌଜା ଅର୍ନ୍ତଗତ ୬ଗୋଟି ପଂଚାୟତ ଅର୍ନ୍ତଗତ ଗ୍ରାମ ଯାହାକି ବିଶେଷ ଭାବରେ ବ୍ରହ୍ମପୁର, ଦଧିବାମନପୁରଏବଂ ଝାରକଟା ପଂଚାୟତସ୍ଥ ବିଭିନ୍ନ ସାହି ସମେତ ଉକ୍ତ ଅଂଚଳର ମୁଖ୍ୟ ବଜାର ଯାହାକି ବେଂଟକାର ବଜାର, ଶ୍ରୀରାମ ତାଡପଡା ବଜାର, ଦଧିବାମନପୁର, ସୁଦର୍ଶନ ମହାବିଦ୍ୟାଳୟ ବଜାର, ବ୍ରହ୍ମପୁର ଝିଙ୍କିରିଆ ବଜାର ଏବଂ ଅନ୍ୟ ଅଂଚଳର ଛୋଟ ବଡ ବଜାର ଗୁଡିକର ଅଂଚଳରେ ମଦ୍ୟପ ଓ ଅସାମାଜିକ ବ୍ୟକ୍ତି ଓ ଯୁବକମାନଙ୍କର ପ୍ରବଳମାତ୍ରାରେ ଉପଦ୍ରବ କରୁଥିବା ଏବଂ ଅପ୍ରିତିକର ପରିସ୍ଥିତ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ପ୍ରତ୍ୟେକ ଦିନ ହଜାର ହଜାର ମହିଳା, ଛାତ୍ରୀ, ରୋଗୀ, ଦିବ୍ୟାଙ୍ଗ, ବୟୋଜ୍ୟେଷ୍ଠ ବ୍ୟକ୍ତି, ସ୍କୁଲ୍ , କଲେଜ୍, ବ୍ୟାଙ୍କ୍ ଏବଂ ଉପରୋକ୍ତ ବଜାରଗୁଡିକୁ ପ୍ରତ୍ୟେକ ସମୟରେ ନିଜର ଅବଶ୍ୟକୀୟ କାର୍ଯ୍ୟ ଏବଂ ଦରକାରୀ ଦ୍ରବ୍ୟ ଆଦି ପାଇବା ପାଇଁ ଆସୁଥିବା ବ୍ୟକ୍ତିବିଶେଷମାନେ ଅସାମାଜିକ ମଦ୍ୟପ ଯୁବକମାନଙ୍କ କବଳରେ ପଡି ବିଭିନ୍ନ ପ୍ରକାର ମାନସିକ, ଶାରୀରିକ ନିର୍ଯାତନାର ଶୀକାର ହେଉଛନ୍ତି । ବିଶେଷଭାବରେ ମହିଳା , ଛାତ୍ରଛାତ୍ରୀ ଏବଂ ସ୍କୁଲ୍ କଲେଜ୍କୁ ଯାଉଥିବା ଛାତ୍ରଛାତ୍ରୀମାନେ ଅସାମାଜିକ ବ୍ୟକ୍ତିଙ୍କ ଅସଦାଚରଣ ଏବଂ କୁ ଦୃଷ୍ଟିର ଶୀକାର ହେଉଥିବା ବେଳେ ମହିଳା ଛାତ୍ରଛାତ୍ରୀ ଓ ପରିବାର ଉକ୍ତ ଗୁଣ୍ଡାଗିରି ମଦ୍ୟପ, ଅସାମାଜିକ ବ୍ୟକ୍ତିମାନଙ୍କୁ ଭୟକରି କୌଣସି ପ୍ରକାର ଆଇନଗତ ପଦକ୍ଷେପ ନେଇପାରୁନାହାନ୍ତି କିନ୍ତୁ ମାନସିକ ଚାପର ବଶବର୍ତୀ ହୋଇ ଶିକ୍ଷାରୁ ବଂଚିତ ହେଉଛନ୍ତି । ସେହିପରି ଅସାମାଜିକ , ଗୁଣ୍ଡାଶ୍ରେଣୀୟ ଓ ମଦ୍ୟପ ବ୍ୟକ୍ତି ଓ ଯୁବକମାନେ ବହୁ ସମୟରେ ଯୋର୍ ଜବର ଦସ୍ତ ବଜାରଗୁଡିକରେ ଥିବା ଦୋକାନୀମାନଙ୍କର କ୍ରୟ ନିମନ୍ତେ ଥିବା ଦ୍ରବ୍ୟକୁ ଛଡାଇ ନେଇ ଯାଉଛନ୍ତି ଓ ମୁଖ୍ୟରାସ୍ତାକୁ ବନ୍ଦ କରିଦେଉଛନ୍ତି । କିନ୍ତୁ ଦୁଃଖର ବିଷୟ ୪୨ମୌଜା ଥାନାରେ ପୋଲିସ୍ ଓ ପିସିଆର୍ ସଂଖ୍ୟା କମ୍ ଥିବା ସହିତ ସାହିମାନଙ୍କ ମଧ୍ୟରେ ପେଟ୍ରୋଲିଂ କଡାକଡି ନଥିବାରୁ ଏହିପରି ଗୁରୁତର ସମସ୍ୟାର କୌଣସି ସମାଧାନ ହୋଇପାରୁନଥିବା ହେତୁ ୪୨ମୌଜା ଅଂଚଳର ଆବାଳବୃଦ୍ଧବନିତା ଓ ମହିଳା, ଛାତ୍ରୀମାନଙ୍କ ମଧ୍ୟରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ବାରମ୍ବାର ମାନ୍ୟବର ମୁଖ୍ୟମନ୍ତ୍ରୀ, କଟକ-ଭୂବନେଶ୍ୱର କମିସନରେଟ୍ ପୋଲିସ୍ କମିସନର୍, କଟକ ଡିସିପି, କଟକସଦର ଏସିପି ୍ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିପାରୁନଥିବା ହେତୁ ବହୁ କଷ୍ଟରେ ଭୟର ବାତାବରଣ ମଧ୍ୟରେ ୪୨ମୌଜା ବାସୀ ହନ୍ତସନ୍ତ ଅବସ୍ଥାରେ ରହୁଛନ୍ତି । ଏଣୁ ଯୁଦ୍ଧକାଳୀନ ଭିତିରେ ୪୨ମୌଜା ମୁଖ୍ୟ ବଜାରରେ ଆଲୋକିକରଣ, ମଦ୍ୟପ ଓ ଅସାମାଜିକ ବ୍ୟକ୍ତି ଓ ଯୁବକମାନଙ୍କୁ ଗିରଫ କରିବା, ବଜାର ଗୁଡିକରେ ପ୍ରଶାସନ ତରଫରୁ ସିସିଟିଭି କ୍ୟାମେରା ଲଗାଇବା,ରାତ୍ରି ସମୟରେ ବଜାର ଓ ସାହିମାନଙ୍କରେ ଜଗୁଆଳି ମୁତୟନ କରିବା ଏବଂ ୨୪ଘଂଟିଆ ପ୍ରହରା ଦେବାପାଇଁ ୬ଗୋଟି ପିସିଆର୍ ଭ୍ୟାନ୍, ୧୦୦ରୁ ଉର୍ଦ୍ଧ୍ୱ ପୋଲିସ୍ କମର୍ଚାରୀ ମୁତୟନ କରିବାକୁ ମହିଳା ସଂଗଠନର କର୍ମୀ ଏବଂ ଅଚଂଳର ମହିଳା, ଛାତ୍ରୀ ଓ ବ୍ୟବସାୟୀମାନେ ପ୍ରମୁଖ ରାଜ୍ୟ ଓ ଜିଲ୍ଲା ପୋଲିସ୍ ପ୍ରଶାସନ ସହିତ ନୂତନ ଡିସିପିଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ଦାବି କରିଛନ୍ତି ।


