ବଦଳିଲେ କରଞ୍ଜିଆ ଏସଡ଼ିପିଓ ସୁଦର୍ଶନ ଗାଙ୍ଗୋଇ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ରାଜ୍ୟ ପୋଲିସ ସ୍ଥାପନା ବୋର୍ଡ ତରଫରୁ ରାଜ୍ୟ ପୋଲିସ ର ଅତିରିକ୍ତ ଏସପି ସ୍ତରୀୟ ଅଧିକାରୀ ସ୍ତରରେ ଵ୍ୟାପକ ଅଦଳବଦଳ କରାଯାଇଛି।ବିଭାଗ ର ଗତକାଲି ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ସୁଦର୍ଶନ ଗାଙ୍ଗୋଇ ଙ୍କୁ କେନ୍ଦୁଝର ଜିଲ୍ଲା ଘଟଗାଁ ଉପଖଣ୍ଡ ପୋଲିସ ଅଧିକାରୀ ଭାବେ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ରାଉରକେଲା ରେ ଅବସ୍ଥାପିତ ସୁବ୍ରତ କୁମାର ଙ୍କ କରଞ୍ଜିଆ ଏସଡ଼ିପିଓ ଭାବେ ବଦଳି ହୋଇଛି।ଶ୍ରୀଯୁକ୍ତ ଗାଙ୍ଗୋଇ କରଞ୍ଜିଆ ଏସଡ଼ିପିଓ ଭାବେ ଅଞ୍ଚଳରେ ଖୁବ ସୁନାମ ଅର୍ଜନ କରିବାସହିତ ୮୮ ତମ ପୋଲିସ ପ୍ରତିଷ୍ଠା ଦିବସରେ ଡିଜିପି ଆୱାର୍ଡ ରେ ସମ୍ମାନିତ ହୋଇଥିଲେ।


