ବଦାନ୍ୟତା ଦେଖାଇଲେ ବେଲଗୁଣ୍ଠା ବ୍ଳକ୍ ସମିତି ସଭ୍ୟ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):କରୋନା ଲକ୍ ଡାଉନ୍ ପ୍ରଭାବିତ କରଛି ସମାଜର ପ୍ରତ୍ୟେକ ଶ୍ରେଣୀ ର ବ୍ୟକ୍ତି ବିଶେଷ ଙ୍କୁ ।ହେଲେ ବେଶୀ ପ୍ରଭାବିତ ହୋଇଛନ୍ତି ଗରିବ ଖଟିଖିଆ ବର୍ଗର ଲୋକମାନେ ।କରୋନା ଶିକାର କରିଛି ତାଙ୍କ ଆହାରକୁ ।ନିଜ ଭିଟାମାଟି ଛାଡି ବାହାରକୁ ଆସି କାମ କରୁଥିବା ଶ୍ରମିକଙ୍କ ଅବସ୍ଥା କହିଲେ ନ ସରେ ।ପୁଣି ଏକ କରୁଣ ଚିତ୍ର ସାମ୍ନାକୁ ବେଲଗୁଣ୍ଠା ଅଞ୍ଚଳରେ ।ଦୁଇଦିନ ତଳେ ଗାଙ୍ଗପୁର ପୋଲିସ ୧୬ ଜଣ ଇଟାଭାଟି ଶ୍ରମିକଙ୍କୁ ଗାଡି ଭଡାକରି ତାଙ୍କ ଭିଟାମାଟିକୁ ପଠାଇଥିବା ବେଳେ ପୁଣି ସେହିପରି ଘଟଣା ସାମ୍ନାକୁ ଆସିଛି ।ପେଟ ପାଇଁ ଛତ୍ରପୁର ନିକଟସ୍ଥ କିଛି ଇଟାଭାଟିରେ ଶ୍ରମିକ ଭାବେ କାମ କରୁଥିଲେ ଛତିଶଗଡ଼ ରାଜ୍ୟ ଡଭରା ଅଞ୍ଚଳର କିଛି ଲୋକ ।କିନ୍ତୁ ଲକ୍ ଡାଉନ୍ ଯୋଗୁଁ ଇଟାଭାଟି ବନ୍ଦ ହୋଇଯିବା ଯୋଗୁଁ ଖାଇବାକୁ ନ ପାଇ ଚାଲି ଚାଲି ଯାଉଥିଲେ ଛତିଶଗଡ । ଲକ୍ ଡାଉନ୍ ପର୍ଯ୍ୟାୟକ୍ରମେ ବଡଢିବା ଯୋଗୁଁ ହାତରେ କାମ ନାହିଁ ଓ ଖାଇବାକୁ ନାହିଁ ।ମାଲିକ ମଧ୍ୟ ଅଧିକ ଦିନ ଖାଇବା ପାଇଁ ଦେଲା ନାହିଁ ।ପାଖରେ ଥିବା ଟଙ୍କା ବି ସରିଯାଇଥିଲା ।୨୦ଜଣ ପୁରୁଷ,୧୬ଜଣ ମହିଳା ଏବଂ ସାଙ୍ଗରେ ଥିଲେ ୧୫ ଜଣ ୮ ବର୍ଷରୁ କମ୍ ବୟସର ଶିଶୁ ।ନିଜ ଅତ୍ୟାବଶ୍ୟକ ଜିନିଷ ଓ ପିଲାମାନଙ୍କୁ କାନ୍ଧରେ ଦୋଳାକରି ବାହାରିଥିଲେ ଛତିଶଗଡ଼ ।ଚାଲି ଚାଲି ଗତ ରାତିରେ ଗୋବରା ନିକଟରେ ପହଞ୍ଚିଥିଲେ ।ସେଠାରେ ବେଲଗୁଣ୍ଠା ବ୍ଳକ୍ ବେଣୀପଲୀ ସମିତି ସଭ୍ୟ ଦୁର୍ଗା ମାଧବ ନାୟକ ସେମାନଙ୍କୁ ଦେଖି ସେମାନଙ୍କ ସମାସ୍ୟା ପଚାରିବୁଝିଥିଲେ ।ଗତ ଗୁରୁବାର ରାତିରେ ତାଙ୍କର ଷଢ଼ଙ୍ଗୀ ପଲ୍ଲୀ ଫାର୍ମରେ ସେମାନଙ୍କୁ ଭାତ ଡାଲମା ଖାଇବାକୁ ଦେଇଥିଲେ ଏବଂ ସେମାନଙ୍କ ଛତିଶଗଡ଼ ଯିବାର ବ୍ୟବସ୍ଥା କରି ଏକ ଗାଡି ଭଡାକରି ସେମାନଙ୍କୁ ଛତିଶଗଡ଼ ପଠାଇଥିଲେ ।ସମିତି ସଭ୍ୟ ଶ୍ରୀ।ନାୟକଙ୍କ ଏହି ମହତ୍ କାର୍ଯ୍ୟ ପାଇଁ ବିଭିନ୍ନ ମହଲରେ ପ୍ରଶଂସା ଭାଜନ ହୋଇପାରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ