ବଧୂହତ୍ୟା ଅଭିଯୋଗ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତ ରାଜେନ୍ଦ୍ରପୁର ଗ୍ରାମରେ ବଧୂହତ୍ୟା ହୋଇଥିବା ଅଭିଯୋଗ ହୋଇଛି । ସରସଦା ପଞ୍ଚାୟତ ପିରିପୁର ଗ୍ରାମର ସ୍ୱର୍ଗତ ନିରାକାର ଦାସଙ୍କ ଝିଅ ଶିବାନୀ ଏକବର୍ଷ ତଳେ ରାଜେନ୍ଦ୍ରପୁର ଗ୍ରାମର ଅମରେନ୍ଦ୍ର ସ୍ୱାଇଁଙ୍କ ପୁଅ ଅଭିମନ୍ୟୁକୁ ପ୍ରେମ ବିବାହ କରିଥିଲେ । ବିବାହ ପରେ ଅଭିମନ୍ୟୁ ସ୍ତ୍ରୀକୁ ନେଇ ହାଇଦ୍ରାବାଦରେ ରହୁଥିବାବେଳେ ଏବେ ଘରକୁ ଆସିଥିଲେ । ଘରେ ଅଭିମନ୍ୟୁର ବାପ ମାଆ ତାଙ୍କୁ ରଖେଇଦେବେ ନାହିଁ ବୋଲି କଳହ ସୃଷ୍ଟି ହୋଇଥିଲା । ଉକ୍ତ ଘଟଣାକୁ ନେଇ ଅଭିମନ୍ୟୁ ଓ ତା ବାପା ମାଆ ଶିବାନୀକୁ ବିଷ ପିଆଇଥିବା ମାଆ ତିଳୋତ୍ତମା ଧାମନଗର ଥାନାରେ ଅଭିଯୋଗ କରିଛନ୍ତି । ଶିବାନୀ ଗତ ୨୧.୯.୨୦ରିଖରେ ବିଷଜ୍ଜ୍ୱଳାରେ ଆକ୍ରାନ୍ତ ହୋଇ କଟକ ବଡମେଡିକାଲରେ ପହଞ୍ଚି ଚିକିତ୍ସା ହେଉଥିବାବେଳେ ଗତ ୯ତାରିଖ ଦିନ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଶିବାନୀଙ୍କ ପାଖରେ ଥିବା ତାଙ୍କ ସ୍ୱାମୀ ଘଟଣାପରେ କେଉଁଆଡେ ଫେରାର ହୋଇଯାଇଛନ୍ତି । ତିଳୋତ୍ତମା ଜଣେ ଅତ୍ୟନ୍ତ ଗରୀବ ଶ୍ରେଣୀର ବିଧବା ମହିଳା ହୋଇଥିବାବେଳେ ତାଙ୍କ ପୁଅ କେହି ନାହାଁନ୍ତି । ଏପରିସ୍ଥଳେ ଶିବାନୀର ଶବକୁ ଗାଁକୁ ଆଣିବା ପାଇଁ ସେ ନିଜର ଅକ୍ଷମତା ପ୍ରକାଶ କରିଛନ୍ତି । ସମସ୍ତ ଘଟଣାକୁ ତିଳୋତ୍ତମା ଧାମନଗର ଥାନା ଅଧିକାରୀଙ୍କୁ ଜଣାଇଥିବାବେଳେ ପୁଲିସ ଅନୁସନ୍ଧାନ ଆରମ୍ଭ କରିଛି । ଖବର ଲେଖାହେବା ଯାଏଁ ଏନେଇ କୌଣସି ମାମଲା ଋଜୁ ହୋଇନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ