ବନଖଣ୍ଡ ଓ ସ୍ୱେଚ୍ଛାସେବୀଙ୍କ ବନାଗ୍ନି ସଚେତନତା ଓ ପରିଚାଳନା କାର୍ଯ୍ୟକ୍ରମ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଅର୍ଗାନାଇଜେସନ ଫର୍ ୱାଇଲ୍‌ଡ଼ ଲାଇଫ ଆଣ୍ଡ ନେଚର (ଓନ) ପକ୍ଷରୁ ଖୋର୍ଦ୍ଧା ବନଖଣ୍ଡର ବିଭିନ୍ନ ଗ୍ରାମରେ ବନାଗ୍ନି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ଜଙ୍ଗଲରେ ବିଗତ କିଛିଦିନ ହେବ କ୍ରମାଗତ ଭାବେ ଲାଗୁଥିବା ଜଙ୍ଗଲ ନିଆଁ, ବିଭାଗ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିବା ବେଳେ ଭୁବନେଶ୍ୱରର ସ୍ୱେଚ୍ଛାସେବୀ ସଂସ୍ଥା ଓନ ଏହାର ନିରାକରଣ ପାଇଁ ଅଣ୍ଟା ଭିଡ଼ିଛି । ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ସୁଶ୍ରୀ ପି. ପୂର୍ଣ୍ଣିମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ମାର୍ଗଦର୍ଶନରେ ଏହି କାର୍ଯ୍ୟ ଓନ ଓ ବନ ବିଭାଗ କର୍ମଚାରୀଙ୍କ ଦ୍ୱାରା ସମ୍ପାଦିତ ହୋଇଯାଇଛି ।
ମଙ୍ଗଳବାର ଓନର ମୁଖ୍ୟ ଉମାକାନ୍ତ ବିଶ୍ୱାଳ, (ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବୁର‌୍ୟେ, ଭାରତ ସରକାରଙ୍କ ପୂର୍ବତନ ଅବୈତନିକ ବନ୍ୟଜନ୍ତୁ ତତ୍ତ୍ୱବଧାରକ ତଥା ସ୍ୱେଚ୍ଛାସେବୀ ସେବାଶିଷ ଜେନା, ସତ୍ୟବ୍ରତ ମିଶ୍ର ଗ୍ରାମ ଗ୍ରାମ ବୁଲି ଗ୍ରାମବାସୀଙ୍କୁ ବନାଗ୍ନିର ବ୍ୟାପକତା, ଭୟାବହତା ବିଷୟରେ ସଚେତନ କରାଇଥିଲେ । ମନୁଷ୍ୟକୃତ ଅଗ୍ନିସଙ୍ଗତ କାର୍ଯ୍ୟରୁ କ୍ଷାନ୍ତ ରହିବା ପାଇଁ ଗ୍ରାମବାସୀଙ୍କ ସହଯୋଗ କାମନା କରିଥିଲେ । ଗ୍ରାମବାସୀମାନଙ୍କ ସହ ସଭା ସମିତି କରି ବନାଗ୍ନିର ଉତ୍ପତ୍ତି ଦେଖିବା ମାତ୍ରେ କର୍ମଚାରୀଙ୍କୁ ଯୋଗାଯୋଗ କରିବା ସହ ନିଆଁ ଲଭାଇବାରେ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ । ଜଙ୍ଗଲ ଭିତରେ ବସବାସ କରୁଥିବା ଅଧିବାସୀମାନେ ମଧ୍ୟ ଏହି ମହତ କାର୍ଯ୍ୟର ପ୍ରଶଂସା କରିବା ସହ ପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ