ସବୁଜ ଭାରତ ତରଫରୁ ମହିଳା ଦିବସ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସବୁଜ ଭାରତ ତରଫରୁ ସତ୍ୟଭାମାଦେବୀ ମୁକ ବଧିର ମହାବିଦ୍ୟାଳୟ ପରିସରରେ ମହିଳା ଦିବସ ପାଳିତ ହୋଇଯାଇଛି । ସବୁଜ ଭାରତର ସଭାପତି ସତ୍ୟବ୍ରତ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ଅବାହକ ରବି ନାରାୟଣ ନନ୍ଦ ଯୋଗ ଦେଇ ମହିଳାମାନେ ନିଜର ହକ୍ ଓ ଅଧିକାର ପାଇଁ ଲଢେଇ କରିବା ସହ ପୁରୁଷ ସହ ତାଳ ଦେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ବିରଜା ଦେବୀ ଯୋଗଦେଇ ନାରୀ ହେଉଛି ଈଶ୍ୱରଙ୍କ ଅନବଦ୍ୟ ସୃଷ୍ଟି । ସେ ଶକ୍ତିରୂପିଣୀ ଜନ୍ମଦାତ୍ରୀ ଓ ସଂହାରର କାରଣ । ଜଣେ ନାରୀ କନ୍ୟା, ଭଗିନୀ, ଜାୟା ଓ ଜନନୀ ରୂପେ ବିବେଚିତ ହୋଇଥାଏ । ନାରୀମାନେ ଯେତିକି ସରଳ ବିଶ୍ୱାସୀ, ସେତିକି ଅପରିଣାମଦର୍ଶୀ ମଧ୍ୟ ଯାହାଦ୍ୱାରା ସେମାନେ ବହୁ ନିର୍ଯ୍ୟାତନା ଶିକାର ହେଉଛନ୍ତି । ତେଣୁ ନିଜର ହକ ଅଧିକାର ପାଇଁ ନାରୀମାନେ ଜାଗ୍ରତ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ନିରୋଜାଲକ୍ଷ୍ମୀ ମହାପାତ୍ର, ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ପ୍ରବୀର କୁମାର ମହାନ୍ତି, ଦୁର୍ଗା ସାମନ୍ତରାୟ ପ୍ରମୁଖ ଯୋଗଦେଇ ମହିଳା ଦିବସ ତାତ୍ପର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ସମାଜର ଉଲ୍ଲେଖନୀୟ ଅବଦାନ ପାଇଁ ସଂଘମିତ୍ରା ମହାପାତ୍ର, ସୁଶ୍ରୀ ସଙ୍ଗୀତା ନାୟକ, ସୁରେଖା ସାମଲ, ସୁଧା ପଟ୍ଟନାୟକ, ସୁଚିସ୍ମିତା ସାହୁ, ସଞ୍ଜୟ କୁମାର ଚୌଧୁରୀ, ଗାୟତ୍ରୀ ସାମନ୍ତ, ମନୀଷା ରାୟ, ମୀନୁ ମହାପାତ୍ର, ପ୍ରିୟଙ୍କା ଦାସ ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସମାଜସେବୀ ହରପ୍ରସାଦ ମହାପାତ୍ର ପରିଚାଳନା କରିଥିଲେ । ଶେଷରେ ମନୋରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଗଜେନ୍ଦ୍ର ପରିଡ଼ା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ