ବନଗଙ୍ଗାରେ ବିସର୍ଜନ ହେଲା ଋଷିଙ୍କ ଚିତାଭସ୍ମ

ବଲିଉଡ଼୍ ଅଭିନେତା ସ୍ୱର୍ଗତ ଋଷି କପୁରଙ୍କ ଚିତାଭସ୍ମ ରବିବାର ମୁମ୍ବାଇର ବନଗଙ୍ଗାରେ ବିସର୍ଜନ କରାଯାଇଛି। ଏହି ଚିତାଭସ୍ମ ବିସର୍ଜନ ସମୟର ଫଟୋ ସୋସାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଲକ୍‌ଡାଉନ୍ ଯୋଗୁ ହରିଦ୍ୱାର ଯିବା ପାଇଁ ଅନୁମତି ନ ମିଳିବାରୁ ମୁମ୍ବାଇରେ ହିଁ ଚିତାଭସ୍ମ ବିସର୍ଜନ କରାଯାଇଛି। ଏହି ସମୟରେ ରିଷି କପୁରଙ୍କ ପତ୍ନୀ ନୀତୁ କପୁର, ପୁଅ ରଣବୀର କପୁର, ଝିଅ ରିଦ୍ଧିମା, ଅଭିନେତ୍ରୀ ଆଲିଆ ଭଟ୍ଟ ଉପସ୍ଥିତ ଥିବା ଫଟୋରେ ଦେଖିବାକୁ ମିଳିଛି। ପୂର୍ବରୁ ଶନିବାର ରିଷିଙ୍କ ଉଦ୍ଦେଶ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପତ୍ନୀ ନୀତୁ ଓ ପୁଅ ରଣବୀରଙ୍କ ସମତେ ବହୁ ବ୍ୟକ୍ତି ଏହି ଭେଟେରାନ୍ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମା’ଙ୍କ ସହ ରଣବୀର ବାପାଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିବା ଦେଖିବାକୁ ମିଳିଛି। ତେବେ ଶୋକସଭା ବେଳେ ରଣବୀର ମଥାରେ ତିଳକ ସହ ମୁଣ୍ଡରେ ନାଲି ପଗଡି ଏବଂ ନିତୁ ଧଳା ଡ୍ରେସ ପନ୍ଧିଥିଲେ ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗତ ୩୦ ତାରିଖରେ ମୁମ୍ବାଇର ଏଚଏନ୍ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ରିଷି କପୁରଙ୍କର ମୃତ୍ୟୁ ହୋଇଥିଲା। ସେହିଦିନ ମୁମ୍ବାଇ ଚନ୍ଦନୱାଡ଼ି ଶ୍ମଶାନରେ ହିନ୍ଦୁ ରୀତି ନୀତିରେ ଋଷିଙ୍କ ଅନ୍ତିମ ସଂସ୍କାର ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ