ସ୍ବାସ୍ଥ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ: କ୍ୱାରେଣ୍ଟାଇନରେ ନ ରହିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ପରେ ପ୍ରବାସୀ ଓଡ଼ିଆଙ୍କୁ କଡ଼ା ଚେତାବନୀ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ସେ କହିଛନ୍ତି ଯେ, ସମସ୍ତ ପ୍ରବାସୀ ଓଡ଼ିଆ ୧୪ ଦିନ କ୍ୱାରାଣ୍ଟାଇନ କେନ୍ଦ୍ର ରହିବା ବାଧ୍ୟତାମୂଳକ। ଯାହାର ଲକ୍ଷଣ ଦେଖାଦେବ ସେମାନଙ୍କ ପରୀକ୍ଷା ହେବ। ଯିଏ କ୍ୱାରାଣ୍ଟାଇନ ନିୟମ ନ ମାନିବ, ସେମାନଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆହୁରି ମଧ୍ୟ ସେ କହିଛନ୍ତି, ଏବେ ରାଜ୍ୟର ୮ଟି ସ୍ଥାନରେ କରୋନା ଆକ୍ରାନ୍ତଙ୍କ ନମୁନା ପରୀକ୍ଷା ହେଉଛି। ଘରୋଇ ହସ୍ପିଟାଲରେ ପରୀକ୍ଷା ପାଇଁ ଆଇସିଏମ୍‌ଆର୍‌କୁ ଅନୁରୋଧ କରାଯାଇଥିବା ସେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ