ବନବାସୀ ମହାରଣା ବୁଗୁଡା ଓକିଲ ସଂଘ ସଭାପତି

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବାର ଏସୋସିଏସନର ସାଂଗଠନିକ ନିର୍ବାଚନ ମାର୍ଚ୍ଚ ୩୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ବନବାସୀ ମହାରଣା ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଧର୍ମଗୁଳା ମାଧ୍ୟମରେ ଦୁର୍ଗା ମାଧବ ପଣ୍ଡା ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ବାର ଏସୋସିଏସନର ମୋଟ ୫୪ ଜଣ ସଦସ୍ୟଙ୍କ ମଧ୍ୟରୁ ନିର୍ବାଚନ ଅଧିକାରୀ ଭାବେ ସତ୍ୟନାରାୟଣ ମିଶ୍ର ମନୋନୀତ ହୋଇଥିଲେ। ସଭାପତି ପଦବୀ ପାଇଁ ବନବାସୀ ମହାରଣା ଓ ସରୋଜ ଚନ୍ଦ୍ର ସାହୁଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିବା ବେଳେ ୨୪ ଖଣ୍ଡ ଭୋଟ ବ୍ୟବଧାନରେ ବନବାସୀ ମହାରଣା ସଭାପତି ଭାବେ ନିର୍ବାଚତ ହୋଇଛନ୍ତି। ଉପସଭାପତି ପାଇଁ ସରୋଜ କୁମାର ଦାସ ଓ ଅନିଲ କୁମାର ପଟ୍ଟନାୟକଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରତିଦ୍ବନ୍ଦିତାରେ ୧୯ ଖଣ୍ଡ ବ୍ୟବଧାନରେ ସରୋଜ କୁମାର ଦାଶ ନିର୍ବାଚିତ ହୋଇଛନ୍ତି। ସମ୍ପାଦକ ପଦବୀ ପାଇଁ ଦୁର୍ଗାମାଧବ ପଣ୍ଡା, ଶ୍ୟାମସୁନ୍ଦର ବିଷୋୟୀ ଓ ମାନସ ରଞ୍ଜନ ଦାଶଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା। ଶ୍ରୀ ପଣ୍ଡା ଓ ଶ୍ରୀ ବିଷୋୟୀ ଉଭୟେ ୨୫ ଖଣ୍ଡ ଲେଖାଏଁ ଭୋଟ ପାଇଥିବା ବେଳେ ଧର୍ମଗୁଳାରେ ଦୁର୍ଗମାଧବ ପଣ୍ଡା ନିର୍ବାଚିତ ହୋଇଛନ୍ତି। ଯୁଗ୍ମ ସମ୍ପାଦକ ଭାବେ ସୀମାଞ୍ଚଳ ନନ୍ଦ ଓ କୋଷାଧ୍ୟକ୍ଷ ଭାବେ କାହ୍ନୁ ଚରଣ ସାହୁ ଅପ୍ରତିଦ୍ବନ୍ଦି ଭାବେ ନିର୍ବାଚିତ ହୋଇଛନ୍ତି। ୩ ଗୋଟି କାର୍ଯ୍ୟକାରୀ ସଦସ୍ୟ ପାଇଁ ୪ ଜଣ ପ୍ରତିଦ୍ବନ୍ଦିତା କରିଥିବା ବେଳେ ଆଶିଷ କୁମାର ରାଉତ, ରବୀନ୍ଦ୍ର କୁମାର ବେହେରା ଓ ସୁଶାନ୍ତ କୁମାର ଡାକୁଆ ନିର୍ବାଚିତ ହୋଇଥିଲେ। ନିର୍ବାଚନ ଅଧିକାରୀ ଶ୍ରୀ ମିଶ୍ର ଫଳାଫଳ ଘୋଷଣା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ