ବନବିଭାଗର ମନରେଗା ଯୋଜନାରେ କାମ କରି ମଜୁରୀ ପାଇନାହାନ୍ତି ଶ୍ରମିକ
ଘଟଗାଁ,(ୱାଇଏନ୍ଏସ୍): ସରକାର ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ ଖର୍ଚ୍ଛ କରୁଛନ୍ତି କୋଟି କୋଟି ଟଙ୍କା । ବିଭିନ୍ନ ଯୋଜାନ ମାଧ୍ୟମରେ ଲୋକଙ୍କୁ କାର୍ଯ୍ୟରେ ନିୟୋଜିତ କରି ରୋଜଗାର ମଧ୍ୟ ଯୋଗାଉଛନ୍ତି । ତାସହିତ ଚଳିତ ବର୍ଷ କରୋନା ସମୟରେ ଲୋକମାନେ ରୋଜଗାରକ୍ଷମ ହୋଇଥିବାରୁ ଲୋକମାନଙ୍କୁ କାମ ଏବଂ ରୋଜଗାର ଯୋଗାଇଦେବା ପାଇଁ ରାଜ୍ୟ ସରକାର ମନରେଗା ଯୋଜନାରେ ପୂର୍ବ ବର୍ଷ ଗୁଡିକ ଅପେକ୍ଷା ଚଳିତବର୍ଷ ଅଧିକ ଟଙ୍କାର ବଜେଟ୍ ପାସ କରିଛନ୍ତି । ମାତ୍ର କିଛି ବିଭାଗର ଅପରିଣାମ ଦର୍ଶିତା ଯୋଗୁ ବହୁ ଅନିୟମିତାତା ଦେଖିବାକୁ ମିଳୁଛି । ଯାହାର ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବାଲିଯୋଡି ଗ୍ରାମରେ । ଜଙ୍ଗଲ ବିଭାଗର ମନରେଗା ଯୋଜନାରେ କାମ କରି ଆଜିଯାଏ ଶ୍ରମିକ ମାନେ ନିଜର ପ୍ରାପ୍ୟ ମଜୁରୀ ପାଇନଥିବା ଅଭିଯୋଗ କରିଛନ୍ତି । । ଏ ସମସ୍ୟା ବିଷୟରେ ଆମେ ଘଟଗାଁ ରେଞରଙ୍କର ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲୁ ମାତ୍ର ସେ ଏନେଇ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେବାପାଇଁ ମନା କରି ଦେଇଛନ୍ତି । ତେବେ ଅନ୍ତତପକ୍ଷେ ଆମେ ଏହାହିଁ ଆଶା କରିବା କେନ୍ଦୁଝର ବନଖଣ୍ଡର ଉଚ୍ଚପଦସ୍ଥ ଅଧିକାରୀ ମାନେ ଏଥିପ୍ରତି ଦୃଷ୍ଟି ଦେଇ ଶ୍ରମିକ ମାନଙ୍କୁ ତାଙ୍କ ପ୍ରାପ୍ୟ ମଜୁରୀ ଯୋଗାଇ ଦେବେ ।
ସମ୍ପର୍ଣ୍ଣ ଖବର ଅଣୁସାରେ କେନ୍ଦୁଝର ଜିଲ୍ଲା ଘଟଗାଁ ବନାଂଚଳ ଅଧିନ ବାଲିଯୋଡି ଗ୍ରାମରେ ବନବିଭାଗ ପକ୍ଷରୁ ମନରେଗା ଯୋଜନାରେ ୪ଲକ୍ଷ ୫୬ହଜାର ବ୍ୟୟ ଅଟକଳରେ ଗୋ ନିରୋଧକ ଖାଡି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟ ୨୫.୦୫.୨୦ ରିଖରେ କାର୍ଯ୍ୟ ଆରମ୍ଭ ହୋଇ ୩୧.୦୩.୨୧ରେ ଏହି କାର୍ଯ୍ୟ ଶେଷ ହେବାର ଥିଲା । ଏହି କାର୍ଯ୍ୟ ଆରମ୍ଭ ବେଳେ ବାଲିଯୋଡି,କେନ୍ଦୁଡିହା ଓ ପାଲବଣି ଆଦି ଗ୍ରାମର ଶ୍ରମିକ ମାନେ ଏହି କାର୍ଯ୍ୟରେ ନିୟୋଜିତ ଥିଲେ । ଶ୍ରମିକ ମାନେ ପାଖାପାଖି ୨୦ରୁ ୨୫ଦିନ କାମ କରିବା ପରେ ଏହି କାର୍ଯ୍ୟ ଦାୟିତ୍ୱରେ ବନବିଭାଗର କର୍ମଚାରୀ ମାନେ ସେମାନଙ୍କର ପ୍ରାପ୍ୟ ମଜୁରୀ ଦେବା ପାଇଁ ଅନୁରୋଧ କରିଥିଲେ । ମାତ୍ର ଦାୟିତ୍ୱରରେ ଥିବା ବନବିଭାଗର କର୍ମଚାରୀ ମାନେ ପ୍ରାପ୍ୟ ନଦେବାରୁ ଗ୍ରାମବାସୀ ମାନେ କାର୍ଯ୍ୟକୁ ବନ୍ଦ କରାଇଥିଲେ । ସେବେଠାରୁ କାର୍ଯ୍ୟ ଅଧ ପନ୍ତରିଆ ପଡି ରହିଥିବା ବେଳେ ଶ୍ରମିକ ମାନେ ମଧ୍ୟ ମଜୁରୀ ପାଇନଥିବା ଅଭିଯୋଗ କରିଛନ୍ତି । ମଜୁରୀ ଯୋଗାଇ ଦେବା ପାଇଁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ କଥାକୁ କେହିବି କର୍ଣ୍ଣପାତ କରୁନଥିବା କହିଛନ୍ତି । ତେବେ କରୋନା ମହାମାରିରେ ଗରିବ ଲୋକ ମାନଙ୍କର ଜିବନ ଜିବିକା ସରକାର ସଜାଡିବା ପାଇଁ ରୋଜଗାର ଯୋଗାଇ ଦେଉଥିବା ବେଳେ ଏହି କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକ ମାନେ କାମ କରି ମଜୁରୀ ନପାଇ ଏବେ ଦୁଖ ଦୁର୍ଦଶାରେ ଜୀବନ ବିତାଉଛନ୍ତି । ଏ ସମସ୍ୟା ବିଷୟରେ ଆମେ ଘଟଗାଁ ରେଞର ପ୍ରଭାତ କୁଅଁରଙ୍କୁ ଅବଗତ କରାଇବାରୁ ସେ ଚରାଚରିତ ଢଙ୍ଗରେ ଗୋଟିଏ ଉତର ଦେଲେ ମୁଁ ଏଇ ମାସେ ହେବ ଆସିଛି । ଘଟଣା ସମ୍ପର୍କରେ ମୁଁ ଅନୁଧ୍ୟାନ କରିବି ଓ ତଦନ୍ତ କରିବି ବୋଲି କହିଥିଲେ । ତେବେ କେନ୍ଦୁଝର ବନଖଣ୍ଡର ଉଚ୍ଚପଦସ୍ଥ ଅଧିକାରୀ ମାନେ ଏଥିପ୍ରତି ଦୃଷ୍ଟି ଦେଇ ଏଇ ଗରିବ ଶ୍ରମିକ ମାନଙ୍କୁ ତାଙ୍କର ପ୍ରାପ୍ୟ ମଜୁରୀ ଯୋଗାଇ ଦେବାପାଇଁ ଦାବି କରିଛନ୍ତି ।