ବନମହୋତ୍ସବ ସପ୍ତାହ ପାଳନ ଅବସରରେ ସବୁଜ ଭାରତ ପକ୍ଷରୁ ବୃକ୍ଷରୋପଣ
ଭୁବନେଶ୍ୱର, (ଯୁଗାଦ୍ଦ ନ୍ୟୁଜ: ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ସବୁଜ ଭାରତ ତରଫରୁ ଆଜି ଭୁବନେଶ୍ୱର ୟୁ.ପି.ଏଚ୍.ସି. ହସ୍ପିଟାଲ ପରିସର, ପୋଖରୀପୁଟ, ଭୁବନେଶ୍ୱର ଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମ୍ପ୍ରତି ବିଶ୍ୱରେ ଦେଖାଦେଇଥିବା ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଏବଂ ଏହାର ପ୍ରତିକାର ପାଇଁ କେବଳ ବୃକ୍ଷରୋପଣ ସହ ଉତ୍ତମ ପରିବେଶ ସୃଷ୍ଟି କରିବା ବର୍ତ୍ତମାନ ସମାଜ ଓ ବିଶ୍ୱ ପାଇଁ ନିତାନ୍ତ ଜରୁରୀ ବୋଲି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ଼ଃ ପୂର୍ଣ୍ଣଚନ୍ଦ୍ର ରଥ ମତପ୍ରକାଶ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଆବଶ୍ୟକ ପଡ଼ିଲେ ଆହୁରି ଅନେକ ବୃକ୍ଷ ରୋପଣ କରାଯାଇ ଏକ ସୁସ୍ଥ ପରିବେଶ ଗଠନ କରାଯିବ । ସମ୍ମାନିତ ଅତିଥି ଭାବେ ମହମ୍ମଦ ଅଲ୍ଳୀ, ପ୍ରଦୀପ ସିଂ ଯୋଗଦେଇ ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ପାଇଁ ବୃକ୍ଷ ରୋପଣ ନିହାତି ଜରୁରୀ ବୋଲି ମତବ୍ୟକ୍ତ କରିବା ସହିତ ଆମ୍ବ, ନିମ୍ବ, ବଉଳ, କରଞ୍ଜ ସହିତ ବିଭିନ୍ନ ଫୁଲଗଛ ରୋପଣ କରାଯାଇଥିଲା ସବୁଜ ଭାରତର ସମ୍ପାଦକ ସତ୍ୟବ୍ରତ ଜେନାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦେବାଶିଷ ଦାସ, ମନସ୍ୱିନୀ ପରିଡ଼ା, ସୁଜାତା ମଲ୍ଲିକ, ରଶ୍ମିତା ମୁଖୀ, ଲଲାଟ ଦାସ, ମନୋସ୍ମିତା ମିଶ୍ର, କୁମୁଦିନୀ ସାହୁ, ପୂଜା ଲେଙ୍କା, ଚନ୍ଦ୍ରକାନ୍ତ ମିଶ୍ରା, ବିଜୟଲକ୍ଷ୍ମୀ ମିଶ୍ର, ଅମିତ କୁମାର ହିଆଲ, ପୂର୍ଣ୍ଣିମା ଦାସ, ଭୋବେଶ ମଲ୍ଲି, ସଂଗ୍ରାମ ସ୍ୱାଇଁ, ସରୋଜ ସାହୁ, ଅମିତ୍ରା ସାହୁ, ବିନୋଦ ରାଉତ, ଭାବନା ଝା ଏବଂ ୟୁ.ପି.ଏଚ୍.ସି. ହସ୍ପିଟାଲ କର୍ମ·ରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିବା ସହିତ ବିଭିନ୍ନ ·ରା ରୋପଣ କରିଥିଲେ ।