ବନାଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଥାନାନ୍ତର୍ଗତ ବନାଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ ସାହୁ ଯୋଗଦେଇଥିଲେ। ଏଠାରେ ପହଞ୍ଚିବା ପରେ ବନାଖଣ୍ଡି ସରପଞ୍ଚ ପ୍ରଜ୍ଞା ପାରମିତା ନାୟକ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଶାର ବିକାଶ ପାଇଁ ବିଜେପି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛି। ୬ଲକ୍ଷ ଚାଷୀଙ୍କୁ ପିଏମ କିଶାନରେ ସାମିଲ କରାଯିବ। ମାଙ୍କ ନାମରେ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ଶ୍ରୀସାହୁ ପରାମର୍ଶ ଦେଇଥିଲେ। ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବଉଳ, ଅଁଳା,କରଞ୍ଜ ଆଦି ଗଛ ମାନ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୃଷକ ମୋର୍ଚ୍ଚା ଉପସଭାପତି ପୁଲିସ ପୁହାଣ,ସମ୍ପାଦକ ପ୍ରଶାନ୍ତ ସ୍ବାଇଁ, ଗୋ ସଂଯୋଜକ ସୁଦର୍ଶନ ବିଶ୍ବାଳ, ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ବରିଷ୍ଠ ବିଜେପି ନେତା ସୁରେନ ପାଲ ପ୍ରମୁଖ ଉପସ୍ଥିତ ଥିଲେ।


