ଯୁବ ରେଡ଼କ୍ରସ ଶାଖାର ଅଭିନବ ରକ୍ଷା ବନ୍ଧନ ଉତ୍ସବ
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷେତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ଼କ୍ରସ ଏବଂ ରେଡ ରିବନ ଶାଖା ତରଫରୁ ” ରକ୍ଷା ବନ୍ଧନ” ଉତ୍ସବ ପାଳନ କରାଯାଇଛି। ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ଦିଗଦର୍ଶନରେ ଆୟୋଜିତ କାର୍ଯ୍ୟକ୍ରମକୁ ଯୁବ ରେଡ଼କ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା ଏବଂ ସହ ଉପଦେଷ୍ଟା ସ୍ୱରୂପାରାଣୀ ବିଶ୍ୱାଳ ପରିଚାଳନା କରିଥିଲେ। ପରିବେଶ ସହ ଉତ୍ତମ ସଂପର୍କ ଜନ ମାନସ ସହ ରହିବା ପାଇଁ “ସ୍ବେଛାସେବୀମାନେ ଅଶୋକ ବୃକ୍ଷ “କୁ ରକ୍ଷା ବନ୍ଧନ କରି ତାର ଆଶୀର୍ବାଦ କାମନା କରିଥିଲେ। ଯେହେତୁ ବୃକ୍ଷ ହେଉଛି ପରିବେଶ ଉତ୍ତମ ସନ୍ତୁଳନର ରକ୍ଷକ। ଏହି ଭଳି ଅଭିନବ ଢଙ୍ଗରେ ରକ୍ଷା ବନ୍ଧନ ପାଳନ କରି ସ୍ବେଛାସେବୀ ମାନେ ସମାଜକୁ ପରିବେଶ ଏବଂ ବୃକ୍ଷସହ ମାନବର ନିବିଡ଼ ସଂପର୍କର ବାର୍ତ୍ତା ଦେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଯୁବ ରେଡ଼କ୍ରସ ଓ ରେଡ ରିବନ ଶାଖାର ସମସ୍ତ ସ୍ବେଛାସେବୀମାନଙ୍କ ସହ ଅଧ୍ୟାପକ ଗାଙ୍ଗୁଲି ପାଲଟାସିଂ, ଦେବେଶ ଚନ୍ଦ୍ର ମହାପାତ୍ର, ପଦ୍ମ ଚରଣ ନାୟକ ପ୍ରମୁଖ ଉପସ୍ଥିତ ରହି ପରସ୍ପରକୁ ମଧ୍ୟ ” ରକ୍ଷା ବନ୍ଧନ ” କରିଥିଲେ।


